ଓଡିଶା

odisha

ETV Bharat / state

ପୃଥକ ପୃଥକ ଦୁର୍ଘଟଣାରେ ଚାଲିଗଲା ଦୁଇ ଜୀବନ - ଅନୁଗୋଳ ଜିଲ୍ଲା ଦୁର୍ଘଟଣା ମାମଲା

ପୃଥକ ପୃଥକ ଦୁର୍ଘଟଣା ରେ ଚାଲିଗଲା ଦୁଇ ଜୀବନ । ୫୫ନମ୍ବର ଜାତୀୟ ରାଜପଥର ମରାତି ବେଳେ କୋଇଲା ବୋଝେଇ ଟ୍ରକ ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ ହୋଇଛି । ଅଧିକ ପଢ଼ନ୍ତୁ

ଗୋଟିଏ ଦିନରେ ପୃଥକ ପୃଥକ ଦୁର୍ଘଟଣାରେ ଚାଲିଗଲା ଦୁଇ ଜୀବନ
ଗୋଟିଏ ଦିନରେ ପୃଥକ ପୃଥକ ଦୁର୍ଘଟଣାରେ ଚାଲିଗଲା ଦୁଇ ଜୀବନ

By

Published : Feb 20, 2023, 10:21 PM IST

ଗୋଟିଏ ଦିନରେ ପୃଥକ ପୃଥକ ଦୁର୍ଘଟଣାରେ ଚାଲିଗଲା ଦୁଇ ଜୀବନ

ଅନୁଗୋଳ : ଅନୁଗୋଳ ଜିଲ୍ଲାରେ ଆଜି ଗୋଟିଏ ଦିନରେ ପୃଥକ ପୃଥକ ଦୁର୍ଘଟଣା ରେ ଦୁଇ ଜଣଙ୍କ ଜୀବନ ଯାଇଛି। ସଡ଼କ ଦୁର୍ଘଟଣାରେ ଜଣେ ବୃଦ୍ଧଙ୍କ ପ୍ରାଣହାନୀ ଘଟିଥିବା ବେଳେ କୋଇଲା ଖଣିରେ ଦୁର୍ଘଟଣା ଘଟି ଜଣେ ବୃଦ୍ଧଙ୍କ ମୃତ ଘଟିଛି । ଉଭୟ ସ୍ଥାନରେ କ୍ଷତି ପୂରଣ ପାଇଁ ଲୋକେ ଆନ୍ଦୋଳନ କରିଥିବା ଦେଖିବାକୁ ମିଳିଛି। ଅନୁଗୋଳ ଜିଲ୍ଲାର ଜରପଡା ଥାନା ଅଧିନସ୍ତ ୫୫ନମ୍ବର ଜାତୀୟ ରାଜପଥର ମରାତିରା ଠାରେ ଏକ କୋଇଲା ବୋଝେଇ ଟ୍ରକ ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ ହୋଇଛି । ମୃତକ ହେଲେ ମରାତିରା ଗାଁର ମୂଲିଆ ସାହୁ। ସେ ରାସ୍ତା ପାର ହେଉଥିବା ବେଳେ ଦ୍ରୁତ ଗତିରେ ଆସୁଥିବା ଟ୍ରକଟି ତାଙ୍କୁ ଧକ୍କା ଦେଇଥିଲା।

ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ଏହାକୁ ନେଇ ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ଦେଖା ଦେଇଛି। ସ୍ଥାନୀୟ ଲୋକେ ଜାତୀୟ ରାଜପଥକୁ ଅବରୋଧ କରିଥିଲେ। ଫଳରେ ଦୁର୍ଘଟଣା ସ୍ଥଳର ଉଭୟ ପାର୍ଶ୍ଵରେ ଶତାଧିକ ଯାନବାହାନ ଅଟକ ରହିବା ସହ ଉତ୍ତେଜନା ଦେଖା ଦେଇଥିଲା। ଜରପଡା ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିବା ବେଳେ ମୃତକ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ଦାବି କରିଥିଲେ ସ୍ଥାନୀୟ ଲୋକେ। ଯାହାକୁ ନେଇ ବହୁ ସମୟ ଧରି ଉତ୍ତେଜନା ଲାଗି ରହିଥିଲା।

ସେପଟେ ଅନୁଗୋଳ ଜିଲ୍ଲାର ତାଳଚେର ଭୁବନେଶ୍ଵରୀ କୋଇଲା ଖଣି ସାଇଡିଂ ନମ୍ବର ଦୁଇ ଠାରେ କୋଇଲା ଵୋଝେଇ ହାଇୱା ମାଡିଯିବା ଫଳରେ ଜଣଙ୍କର ମୃତ୍ୟୁ ଘଟିଛି । ମୃତକ ଜଣକ ହେଉଛନ୍ତି ସଞ୍ଜୟ ଦାସ । ସେ ଅନନ୍ତ କୋଲୋନିରେ ରହୁଥିବା ଜଣାପଡିଛି । ଘଟଣା ସ୍ଥଳରେ କୋଲିୟାରି ପୋଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି । ସଞ୍ଜୟ ଜଣେ ଠିକାଦାର ହୋଇଥିବା ବେଳେ ସେ MCL ରେ ଗେଷ୍ଟ ହାଉସର ଠିକା କାର୍ଯ୍ୟ ନେଇଥିଲେ ।

ତାଙ୍କର କୋଇଲା ସାଇଡିଂରେ କୌଣସି କାର୍ଯ୍ୟ ନଥିବାବେଳେ ସେ ସେଠାକୁ କିପରି ଗଲେ ଓ ତାଙ୍କ ଉପରେ କୋଇଲା ବୋଝେଇ ହାଇୱା କିଭଳି ମାଡ଼ିଗଲା ଯାହାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ମୃତକଙ୍କ ପରିବାର ଲୋକେ । ଘଟଣାକୁ ନେଇ ନାନା ସନ୍ଦେହ ସୃଷ୍ଟି ହୋଇଛି। ତାଙ୍କୁ ସେଠାକୁ କେହି ଡାକି ନେଇଥିଲା କି , ନା ସେ ସେଠାକୁ କାହିଁକି ଯାଇଥିଲେ ସେ ନେଇ ପୋଲିସ ତନାଘନା ଚଲଳିଛି । ଏହା ଦୁର୍ଘଟଣା ଜନିତ ମୃତ୍ୟୁ ନା ଘଟଣା ପଛରେ ଆଉ କଣ କାରଣ ରହିଛି ସେ ନେଇ ଅଧିକ ତଦନ୍ତ କରୁଛି ପୋଲିସ ।

ଇଟିଭି ଭାରତ, ଅନୁଗୋଳ

ABOUT THE AUTHOR

...view details