ଅନୁଗୋଳ: ବଜ୍ରପାତରେ ଦୁଇ ଜଣଙ୍କର ମୃତ୍ୟୁ । ଅନୁଗୋଳ ଜିଲ୍ଲାରେ ଶୁକ୍ରବାର ହୋଇଥିବା କାଳବୈଶାଖୀ ବର୍ଷା ଓ ବଜ୍ରପାତରେ 2 ଜଣଙ୍କ ମୃତ୍ୟୁ ହୋଇଛି ।
ମୃତକ ଦୁହେଁ ହେଲେ ଅନୁଗୋଳ ଥାନା ବାଳୁଅକଟା ଗାଁର ନାରାୟଣ ସାହୁ ଓ ଅନ୍ୟ ଜଣେ ବନ୍ଦାଣପଶି ଗାଁର ବାବାଜୀ ସାହୁ ବୋଲି ଜଣାପଡିଛି । ମିଳିଥିବା ସୂଚନାନୁସାରେ ବାଳୁଅକଟା ଗାଁର ନାରାୟଣ ସାହୁ ଶୌଚ ପାଇଁ ଯାଇଥିବା ବେଳେ ବଜ୍ରପାତ ହୋଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ।