ଓଡିଶା

odisha

ETV Bharat / state

ବାଇକ ଧକ୍କାରେ ଦୁଇ ମୃତ, ଜଣେ ଆହତ

ଅନୁଗୋଳରେ ବାଇକ ଦୁର୍ଘଟଣା । ଏଥିରେ ଦୁଇ ଜଣଙ୍କ ମୃତ୍ୟୁ ହେବା ସହ ଜଣେ ଗୁରୁତର ଆହତ ହୋଇଛନ୍ତି ।

By

Published : Aug 5, 2019, 10:56 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ଅନୁଗୋଳ: ମୁହାଁମୁହିଁ ଧକ୍କାରେ ଗଲା ଦୁଇ ବାଇକ ଆରୋହୀଙ୍କ ଜୀବନ । ଜିଲ୍ଲାର ପୁରୁଣାକୋଟ ଥାନା କରତାପଟା-ଜାମ୍ବୁବଣିଆ ନିକଟରେ ଘଟିଥିବା ଏହି ଦୁର୍ଘଟଣା । ଏଥିରେ ଦୁଇ ଜଣଙ୍କ ମୃତ୍ୟୁ ହେବା ସହ ଜଣେ ଗୁରୁତର ଆହତ ହୋଇଛନ୍ତି । ମୃତକ ଓ ଆହତ ହିଡସିଙ୍ଗ ଗ୍ରାମର ବୋଲି ଜଣାପଡିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ହିଡସିଙ୍ଗ ଗାଁ ର ଦୀପକ ଯାନୀ କରତପଟାରୁ ହିଡସିଂହ ଆଡ଼କୁ ଯାଉଥିବାବେଳେ ସମ୍ନାରୁ ଆସୁଥିବା ପ୍ରକାଶ ପ୍ରଧାନଙ୍କ ମୋଟର ସାଇକେଲ୍ ସହ ଧକ୍କା ହୋଇଥିଲା । ଘଟଣାସ୍ଥଳରେ ତିନି ଜଣ ଗୁରୁତର ହୋଇ ପଡ଼ିଥିଲେ । ପରେ ଦୀପକ ଯାନୀ ଓ ପ୍ରକାଶ ପ୍ରଧାନଙ୍କ ମୃତ୍ୟୁ ହୋଇଥିବା ବେଳେ ମଙ୍ଗୁ ଯାନୀ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ଖବର ପାଇ ପୋଲିସ ଘଟଣାସ୍ଥଳକୁ ଆସି ବାଇକ ଦୁଇଟିକୁ ଜବତ କରିଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details