ଓଡିଶା

odisha

ETV Bharat / state

ପୋଲିସ ପଞ୍ଝାରେ ପୋଲିସକୁ ଚକମା ଦେଉଥିବା ଦୁଇ ଅପରାଧୀ

ତାଳଚେର ଅଞ୍ଚଳରେ ବାରମ୍ବାର ପୋଲିସକୁ ଚକମା ଦେଇ ବିଭିନ୍ନ ଲୁଟ, ଡକାୟତରେ ସମ୍ପୃକ୍ତ ଦୁଇ ଅପରାଧି ଶେଷରେ ତାଳଚେର ପୋଲିସ ପଞ୍ଛାରେ ପଡିଛନ୍ତି । ଅପରାଧୀଙ୍କ ନିକଟରୁ ବିପୁଳ ପରିମାଣରେ ମାରଣାସ୍ତ୍ର ସହିତ ନକଲି ପିସ୍ତଲ ବାଇକ ଓ ଅନ୍ୟାନ୍ୟ ଜିନିଷ ଜବତ କରାଯାଇଛି ।

ୋ
ପୋଲିସ ପଞ୍ଝାରେ ପୋଲିସକୁ ଚକମା ଦେଉଥିବା ଦୁଇ ଅପରାଧୀ

By

Published : Jan 16, 2020, 10:42 AM IST

ଅନୁଗୋଳ: ଜିଲ୍ଲାର ତାଳଚେର ଅଞ୍ଚଳରେ ଆତଙ୍କ ଖେଳାଇ ଥିବା ଦୁଇ ଲୁଟେରା ଗିରଫ । ବାରମ୍ବାର ପୋଲିସକୁ ଚକମା ଦେଇ ବିଭିନ୍ନ ଲୁଟ, ଡକାୟତରେ ସମ୍ପୃକ୍ତ ଦୁଇ ଅପରାଧି ଶେଷରେ ତାଳଚେର ପୋଲିସ ପଞ୍ଛାରେ ପଡିଛନ୍ତି । ଅପରାଧୀଙ୍କ ନିକଟରୁ ବିପୁଳ ପରିମାଣରେ ମାରଣାସ୍ତ୍ର ସହିତ ନକଲି ପିସ୍ତଲ ବାଇକ ଓ ଅନ୍ୟାନ୍ୟ ଜିନିଷ ଜବତ କରାଯାଇଛି ।

ପୋଲିସ ପଞ୍ଝାରେ ପୋଲିସକୁ ଚକମା ଦେଉଥିବା ଦୁଇ ଅପରାଧୀ

ପୋଲିସ ସୂଚନା ଅନୁଯାୟୀ ତାଳଚେର ଥାନା ଅନ୍ତର୍ଗତ ବାଘୁଆବୋଲ ଆଟିଆଇ ରୋଡର ବିକାଶ ନାଏକ ଓ ଶିପୁନ ନାଏକ ବିଭିନ୍ନ ଅପରାଧିକ ସମ୍ପୃକ୍ତ ରହିଛନ୍ତି । ଗତ ବର୍ଷ ତମାମ ଲୁଟେରା ମାନେ ତାଳଚେର ଅଞ୍ଚଳରେ ବିଭିନ୍ନ ସମୟରେ ହୋଇଥିବା ଲୁଟ,ଡକାୟତ ରାଜହାନୀ ଭଳି ଅନେକ ଅପରାଧରେ ସମ୍ପୃକ୍ତ ରହିଛନ୍ତି । ଲଗାତାର ତାଳଚେର ଅଞ୍ଚଳରେ ଏଭଳି ଲୁଟ କରି କକୁଆ ଭୟ ସୃଷ୍ଟି କରିଥିଲେ ଏବଂ ପୋଲିସର ନିଦ ହଜାଇ ଦେଇଥିଲା ।

ଗିରଫ ଅପରାଧୀଙ୍କ ନିକଟରୁ ପୋଲିସ ଗୋଟିଏ ଭୁଜାଲି ,ଖେଳଣା ପିସ୍ତଲ ,ଗୋଟିଏ ପଲସର ବାଇକ,ଗୋଟିଏ ଷ୍ଟାର ସିଟି ବାଇକ,କଳା ମୁଖା ସହ ଦୁଇଟି ଲୁଟ ହୋଇଥିବା ମୋବାଇଲ ଫୋନ ଜବତ କରାଯାଇଛି। ଉଭୟ ଗିରଫ ଅପରାଧୀକୁ ପୋଲିସ କୋର୍ଟ ଚାଲାଣ କରିବ ।

ଅନୁଗୋଳରୁ ସଂଗ୍ରାମରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details