ଓଡିଶା

odisha

ETV Bharat / state

ଅଶୁଭ ସୋମବାର: ସଡକ ଦୁର୍ଘଟଣାରେ 4 ମୃତ

ଢେଙ୍କାନାଳରେ ପୃଥକ ସ୍ଥାନରେ ଦୁଇଟି ଦୁର୍ଘଟଣାରେ ଚାରି ଜଣଙ୍କର ମୃତ୍ୟୁ । କଣ୍ଟାନାଳୀ ବାଇପାସ ଛକ ଓ ଭଗବାନ ପୁରରେ ଘଟିଛି ଦୁର୍ଘଟଣା ।

By

Published : May 27, 2019, 8:28 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ଅନୁଗୋଳ: ଢେଙ୍କାନାଳ ଜିଲ୍ଲାରେ ଦୁଇଟି ପୃଥକ ସ୍ଥାନରେ ଦୁର୍ଘଟଣା । ଦୁର୍ଘଟଣାରେ ଚାରି ଜଣଙ୍କ ମୃତ୍ୟୁ । ଜିଲ୍ଲା କଣ୍ଟାନାଳୀ ବାଇପାସ ଛକ ନିକଟ 55 ନମ୍ବର ଜାତୀୟ ରାଜପଥରେ ବାଇକକୁ ଟ୍ରକ ଧକ୍କା ଦେବା ଫଳରେ ଦୁଇ ଜଣଙ୍କ ମୃତ୍ୟୁ । ସେପଟେ ଜିଲ୍ଲାର ଭଗବାନପୁର ଅଞ୍ଚଳରେ ଘର ଭିତରେ ବାଲି ବୋଝେଇ ଟ୍ରକ ପଶିବାରୁ ଘଟଣାସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ସୂଚନା ଅନୁଯାୟୀ କଣ୍ଟାନାଳୀ ବାଇପାସ ଛକ ନିକଟରେ ବାଇକ ଯୋଗେ ଦୁଇ ଜଣ ଯୁବକ ଯୁବତୀ ଯାଉଥିବାବେଳେ ପଛପଟୁ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ବାଇକ ଚାଳକଙ୍କ ମୃତ୍ୟୁ ହୋଇଥିଲା । ଗୁରୁତର ଅବସ୍ଥାରେ ଯୁବତୀଙ୍କୁ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବାବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ମୃତ ବାଇକ ଚାଳକ ହେଲେ ମଟଙ୍ଗା ଥାନା ଏକଘରିଆ ଗାଁର ଅମରଜିତ ସ୍ୱାଇଁ ଏବଂ ଯୁବତୀ ଜଣକ ହେଲେ ଗଁଦିଆ ଥାନା ରାଧା ଦେଈପୁରର ଇତିଶ୍ରୀ ରାଉତ । ଉଭୟ ଅନୁଗୋଳ ଆଡୁ ଢେଙ୍କାନାଳ ଆଡକୁ ଯାଉଥିବାବେଳେ ଦୁର୍ଘଟଣାଟି ଘଟିଥିଲା ।

ଅନ୍ୟପଟେ ଭଗବାନପୁର ଠାରେ ଘଟିଥିବା ଘଟଣାରେ ଘର ଭିତରେ ବାଲି ବୋଝେଇ ଟ୍ରକ ପଶିବା ପରେ ଦୁଇଜଣଙ୍କର ମୃତ୍ୟୁ ହୋଇଛି । ଗ୍ରାମର ବିକାଶ ସାହୁଙ୍କ ଘରେ ପଶିଥିଲା ଟ୍ରକ । ମୃତ ବ୍ୟକ୍ତିମାନେ ହେଲେ କିନା ବେହେରା ଓ ଅଶାନ୍ତି ସାହୁ । ତେବେ ଏହି ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ଓ ରାସ୍ତାରୋକ । ଢେଙ୍କାନାଳ କପିଳାସ ରାସ୍ତାରୋକ କରିଛନ୍ତି ଉତ୍ୟକ୍ତ ଜନତା ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details