ଅନୁଗୋଳ: ଖୁବଶୀଘ୍ର ବନ୍ଦ ରହିଥିବା ତାଳଚେର ଥର୍ମାଲ ପାୱାର ଷ୍ଟେସନର ନୂତନ ପ୍ଲାଣ୍ଟ କାମ ଆରମ୍ଭ ହେବ । ଏନେଇ ସୂଚନା ଦେଇଛନ୍ତି ଏନଟିପିସି କଣିହାଁ ୟୁନିଟର କାର୍ଯ୍ୟ ନିର୍ବାହୀ ନିର୍ଦେଶକ । ଖୁବ ଶୀଘ୍ର ବସିବ ନୂତନ ପାୱାର ୟୁନିଟ । ଏଥିପାଇଁ ଆବଶ୍ୟକୀୟ ପଦକ୍ଷେପ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା ନେଇ ସୂଚନା ଦେଇଛନ୍ତି NTPCର ED ଶ୍ରୀକେ ଶ୍ରୀନିବାସ ରାଓ ।
NTPCର କଣିହାଁ ୟୁନିଟ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ନିର୍ବାହୀ ନିର୍ଦେଶକ ଏହି ସୂଚନା ଦେବା ସହ କୋଭିଡ ଭଳି ସ୍ଥିତିରେ କିଭଳି କମ୍ପାନୀ ତାର ସାମାଜିକ ଦାୟିତ୍ୱ ବୋଧ କାର୍ଯ୍ୟ କରିଛି ଓ ନିରନ୍ତର ବିଜୁଳି ଉତ୍ପାଦନ ଜାରି ରଖିଥିବା ସୂଚନା ଦେଇଥିଲେ। ଏହା ଛଡା ଏବେ କମ୍ପାନୀ ନିଜର ପାଉଁଶ ପରିଚାଳନା ପାଇଁ ନେଉଥିବା ପଦକ୍ଷେପ ସମ୍ପର୍କରେ ସୂଚନା ଦିଆଯାଇଛି ।