ଓଡିଶା

odisha

ETV Bharat / state

ଟ୍ରାକ୍ଟର ଓଲଟି ଜଣେ ମୃତ , 5 ଗୁରୁତର

ଆଠମଲ୍ଲିକ ବିଦ୍ୟୁତ ଖୁଣ୍ଟ ବୋଝେଇ ଟ୍ରାକ୍ଟର ଓଲଟି ଜଣେ ମୃତ ଓ 5 ଆହତ । ସମ୍ପୃକ୍ତ ଠିକା ସଂସ୍ଥା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଶ୍ରମିକଙ୍କ ପରିବାର ଦାବି କରିଛନ୍ତି ।

By

Published : Oct 20, 2019, 6:34 AM IST

ଫଟୋ ସୌଜନ୍ୟ : ସମ୍ବାଦଦାତା, ଅନୁଗୋଳ

ଅନୁଗୋଳ: ଓଲଟିଲା ଇଲେକ୍ଟ୍ରି ଖୁଣ୍ଟ ବୋଝେଇ ଟ୍ରାକ୍ଟର । ଖୁଣ୍ଟ ତଳେ ଚାପି ହୋଇ ଜଣଙ୍କର ମୃତ୍ୟୁ । 5 ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା, ଅନୁଗୋଳ

ଆଠମଲ୍ଲିକ କଲେଜ ଛକ ନିକଟରେ ଏକ ବିଦ୍ୟୁତ ଖୁଣ୍ଟ ବୋଝେଇ ଟ୍ରାକ୍ଟର ଓଲଟି ପଡିବାରୁ ଜଣଙ୍କର ମୃତ୍ୟୁ ହୋଇଛି । 5ଜଣ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ଚିକିତ୍ସା ପାଇଁ ଆଠମଲ୍ଲିକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ମୃତ ଶ୍ରମିକ ଜଣକ ଜରପଡା ଥାନା କୋରଡ଼ା ଗାଁର ଅବନି ସାହୁ । ଆହତମାନେ ଠାକୁରଗଡ଼ ଅଞ୍ଚଳର ନାରଣ ବେହେରା, କୈଳାଶ ସାହୁ, ଅମର ବେହେରା ଓ ବୈକୁଣ୍ଠ ସାହୁ ।

ଅସୁରକ୍ଷିତ ଭାବେ ଶ୍ରମିକମାନଙ୍କୁ ଟ୍ରାକ୍ଟରରେ ନିଆ ଯାଉଥିବାରୁ ଏଭଳି ଘଟଣା ଘଟିଲା । ତେଣୁ ସମ୍ପୃକ୍ତ ଠିକା ସଂସ୍ଥା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଶ୍ରମିକଙ୍କ ପରିବାର ଲୋକେ ଦାବି କରିଛନ୍ତି ।

ଅନୁଗୁଳରୁ ସଂଗ୍ରାମରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details