ଅନୁଗୋଳ: ଆଇସିସି କ୍ରିକେଟ ବିଶ୍ବକପରେ ଆଜିର ମ୍ୟାଚ ଭାରତ-ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯାଉଛି। ଏହି ମ୍ୟାଚ ମାଞ୍ଚେଷ୍ଟର ଷ୍ଟାଡିୟମରେ ଅନୁଷ୍ଠିତ ହେଉଛି। ଚଳିତ ବିଶ୍ବକପରେ ଭାରତ ନିଜ ଅପରାଜେୟ ଧାରା ବଜାୟ ରଖିଛି । ସେହିପରି ଭାରତ ପଏଣ୍ଟ ତାଲିକାରେ ତୃତୀୟ ସ୍ଥାନରେ ଥିବା ବେଳେ ୱେଷ୍ଟଇଣ୍ଡିଜ ଅଷ୍ଟମ ସ୍ଥାନରେ ରହିଛି ।
ଆଜି ଭାରତ-ୱେଷ୍ଟଇଣ୍ଡିଜ ଲଢେଇ, ମ୍ୟାଚକୁ ନେଇ ଉତ୍ସାହିତ ଯୁବପୀଢ଼ି - FAN CRAZE
ଆଜି ହେବାକୁ ଥିବା ମ୍ୟାଚକୁ ନେଇ କ୍ରିକେଟପ୍ରେମୀ ବେଶ୍ ଉତ୍ସାହିତ ଅଛନ୍ତି।
![ଆଜି ଭାରତ-ୱେଷ୍ଟଇଣ୍ଡିଜ ଲଢେଇ, ମ୍ୟାଚକୁ ନେଇ ଉତ୍ସାହିତ ଯୁବପୀଢ଼ି](https://etvbharatimages.akamaized.net/etvbharat/prod-images/768-512-3676524-48-3676524-1561623070456.jpg)
ଫଟୋ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ
ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ
ତେବେ ଆଜିର ମ୍ୟାଚକୁ ନେଇ ସବୁ କ୍ରିକେଟ ପ୍ରେମୀଙ୍କ ମନରେ ଉତ୍କଣ୍ଠା ସୃଷ୍ଟି ହୋଇଛି । କଣ ହେବ ମ୍ୟାଚର ରୂପରେଖ, କିଏ ଆଗେ ବ୍ୟାଟିଂ କରିବ? କଣ କଲେ ଭାରତ ମ୍ୟାଚ ଜିତାପଟ ହାସଲ କରିବ । ଏଭଳି ଅନେକ ଆଲୋଚନା କରିଛନ୍ତି ଯୁବ କ୍ରିକେଟର । ଆସନ୍ତୁ ଜାଣିବା ଆଜିର ମ୍ୟାଚକୁ ନେଇ ଅନୁଗୋଳ ଯୁବ କ୍ରିକେଟର ଓ କ୍ରିକେଟ ପ୍ରେମୀ କଣ କହୁଛନ୍ତି।
ଅନୁଗୋଳରୁ ସଂଗ୍ରାମରଞ୍ଜନ ନାଥ, ଇଟିଭି ଭାରତ