ଓଡିଶା

odisha

By

Published : Aug 30, 2020, 8:34 AM IST

Updated : Aug 30, 2020, 11:14 AM IST

ETV Bharat / state

ଅନୁଗୋଳ ସାତକୋଶିଆ ଗଣ୍ଡରେ ବନ୍ୟା ବିତ୍ପାତ, ପାଣି ଘେରରେ ଟିକରପଡା

ହୀରାକୁଦ ଜଳଭଣ୍ଡାରରୁ 46 ଗେଟ ଖୋଲିବା ପରେ ସାତକୋଶିଆ ଗଣ୍ଡରେ ବନ୍ୟା ବିତ୍ପାତ । ବନ୍ୟା ଜଳରେ 150 ରୁ ଅଧିକ ଘର ଭସାଇ ନେଇଥିବାବେଳେ ଅନେକ ବନ୍ୟା ପ୍ରଭାବିତ ଅଞ୍ଚଳ ସହ ଯୋଗାଯୋଗ ବିଚ୍ଛନ୍ନ ହୋଇପଡିଛି । ସେପଟେ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ମଧ୍ୟ ପାଣିରେ ଘେରର ରହିଛି । ଅଧିକ ପଢନ୍ତୁ...

ସାତକୋଶିଆ ଗଣ୍ଡରେ ବନ୍ୟା ବିତ୍ପାତ
ସାତକୋଶିଆ ଗଣ୍ଡରେ ବନ୍ୟା ବିତ୍ପାତ

ଅନୁଗୋଳ: ଜିଲ୍ଲାର ସାତକୋଶିଆ ମହାନଦୀ ଗଣ୍ଡରେ ପ୍ରବଳ ବନ୍ୟା। ହୀରାକୁଦ ଜଳଭଣ୍ଡାର ୪୬ଟି ଗେଟ ଖୋଲା ଯିବା ଫଳରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଟିକରପଡା, ମଝିପଡା, ବେହେରାସାହି ଓ ଗାଇନ୍ଦି ଆଦି ଗାଁ ଗୁଡିକ ପାଣି ଘେରରେ ରହିଛନ୍ତି। ଗମନାଗମନ ବିଚ୍ଛିନ୍ନ ହୋଇ ପଡିଛି। ଏକର ଏକର ଜମିରେ ପାଣି ମାଡ଼ି ଯାଇଛି। ଘାଟ ସାହିର ୧୫୦ରୁ ଅଧିକ ପରିବାରର ଘର ଭସାଇ ନେଇଛି ।

ଅନୁଗୋଳ ସାତକୋଶିଆ ଗଣ୍ଡରେ ବନ୍ୟା ବିତ୍ପାତ

ମହାନଦୀର ସାତକୋଶିଆ ଗଣ୍ଡରେ ପ୍ରବଳ ବନ୍ୟା। ଅନୁଗୋଳ ଟିକରପଡା ରାସ୍ତାର କରଡାପଡା ଠାରୁ ଟିକରପଡା ପର୍ଯ୍ୟନ୍ତ ରାସ୍ତା ଉପରେ ଆଣ୍ଠୁଏ ପାଣି। ଟିକରପଡା ବସ ଷ୍ଟାଣ୍ଡରେ ପ୍ରାୟ ୧୦ଫୁଟ ପାଣି ରହିଛି। ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ମଧ୍ୟ ବୁଡି ଯାଇଛି। ବହୁ ଦୋକାନ ଘର ପାଣି ଭିତରେ ରହିଛି । ଘାଟ ସାହିର ୧୫୦ ପରିବାରର ୬୦୦ରୁ ଅଧିକ ଲୋକ ବାସ ହରାଇ ସ୍କୁଲ, ପଞ୍ଚାୟତ ଅଫିସ ଓ ଅନ୍ୟାନ୍ୟ ସ୍ଥାନରେ ଆଶ୍ରୟ ନେଇଛନ୍ତି । ବହୁ ଲୋକ ନିଜର ଜିନିଷପତ୍ର ଉଦ୍ଧାର କରି ପାରିନାହାଁନ୍ତି।

ସେପଟେ, ଶହ ଶହ ଏକର ଧାନ ଜମିରେ ପାଣି ମାଡ଼ି ଫସଲ ନଷ୍ଟ ହୋଇ ଯାଇଛି । ଗଇନ୍ଦି, ବେହେରାସାହି, ମଝିପଡା ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇପଡିଛି। ଲୋକେ ଘରୁ ବାହାରକୁ ବାହାରି ପାରୁ ନାହାଁନ୍ତି। କେବଳ ଡଙ୍ଗା ଯୋଗେ ଯାତାୟତ କରୁଛନ୍ତି। ବିଦ୍ୟୁତ ସରବରାହ ଠପ୍‌ ହୋଇପଡିଛି ।

ହୀରାକୁଦ ଜଳଭଣ୍ଡାର ପାଣି ଛାଡିବା ପରେ ଗଣ୍ଡରେ ଜଳସ୍ତର ବୃଦ୍ଧି ପାଉଛି। ତେଣୁ ବନ୍ୟା ସ୍ଥିତି ଆହୁରି ଭୟଙ୍କର ହେବାର ଆଶଙ୍କା ରହିଛି। ପ୍ରଶାସନ ତରଫରୁ ପରିସ୍ଥିତି ଉପରେ ନଜର ରଖା ଯାଇଛି। ବିପନ୍ନ ପରିବାର ଗୁଡିକୁ ଡଙ୍ଗା ଯୋଗେ ସୁରକ୍ଷିତ ସ୍ଥାନକୁ ଅଣାଯାଇଛି। ଅନୁଗୋଳ ବିଡ଼ିଓ ଟିକରପଡାରେ ରହି ସ୍ଥିତି ପରଖିବା ସହ ବିପନ୍ନ ପରିବାର ଗୁଡିକୁ ରନ୍ଧା ଖାଦ୍ୟ, ଶୁଖୁଲା ଖାଦ୍ୟ ଓ ଔଷଧ ବଣ୍ଟନ କରିଥିଲେ। ଗଇନ୍ଦି, ବେହେରାସାହି ଓ ମଝିପାଡାକୁ ଯୋଗାଯୋଗ ହୋଇ ପାରୁ ନଥିବାରୁ ଡଙ୍ଗା ଯୋଗେ ରିଲିଫ ସାମଗ୍ରୀ ପଠା ଯାଇଥିଲା। ଆଗକୁ ଜଳସ୍ତର ବଢିବ ଆଶଙ୍କା ଥିବାରୁ ପର୍ଯ୍ୟାପ୍ତ ପରିମାଣର ଖାଦ୍ୟ ଓ ଔଷଧ ପଞ୍ଚାୟତ କାର୍ଯ୍ୟାଳୟ ଗୁଡିକରେ ମହଜୁଦ ରଖା ଯାଇଛି।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିିଭି ଭାରତ

Last Updated : Aug 30, 2020, 11:14 AM IST

ABOUT THE AUTHOR

...view details