ଓଡିଶା

odisha

ETV Bharat / state

ଫେରିଯିବ ବାଘୁଣୀ, ଆନ୍ତଃରାଜ୍ୟ ବ୍ୟାଘ୍ର ସ୍ଥାନାନ୍ତରଣ ପ୍ରକ୍ରିୟାରେ ପଡିବ କି ପୂର୍ଣ୍ଣଚ୍ଛେଦ

ଆନ୍ତଃରାଜ୍ୟ ବ୍ୟାଘ୍ର ସ୍ଥାନାନ୍ତରଣ ପ୍ରକ୍ରିୟାରେ ପଡିବ କି ପୂର୍ଣ୍ଣଛେଦ କାରଣ ଚଳିତ ମାସ ଶେଷ ସପ୍ତାହ ସୁଦ୍ଧା ମଧ୍ୟପ୍ରଦେଶ ଫେରିଯିବ ଅନୁଗୋଳ ସାତକୋଶିଆରେ ବନ୍ଦୀ ଥିବା ବାଘୁଣୀ। ଅଧିକ ପଢନ୍ତୁ...

ଫେରିଯିବ ବାଘୁଣୀ, ଆନ୍ତଃରାଜ୍ୟ ବ୍ୟାଘ୍ର ସ୍ଥାନାନ୍ତରଣ ପ୍ରକ୍ରିୟାରେ ପଡିବ କି ପୂର୍ଣ୍ଣଚ୍ଛେଦ
ଫେରିଯିବ ବାଘୁଣୀ, ଆନ୍ତଃରାଜ୍ୟ ବ୍ୟାଘ୍ର ସ୍ଥାନାନ୍ତରଣ ପ୍ରକ୍ରିୟାରେ ପଡିବ କି ପୂର୍ଣ୍ଣଚ୍ଛେଦ

By

Published : Mar 13, 2021, 2:05 PM IST

Updated : Mar 13, 2021, 2:13 PM IST

ଅନୁଗୋଳ: ଆନ୍ତଃରାଜ୍ୟ ବ୍ୟାଘ୍ର ସ୍ଥାନାନ୍ତରଣ ପ୍ରକ୍ରିୟାରେ ପଡିବ କି ପୂର୍ଣ୍ଣଚ୍ଛେଦ କାରଣ ଚଳିତ ମାସ ଶେଷ ସପ୍ତାହ ସୁଦ୍ଧା ମଧ୍ୟପ୍ରଦେଶ ଫେରିଯିବ ଅନୁଗୋଳ ସାତକୋଶିଆରେ ବନ୍ଦୀଥିବା ବାଘୁଣୀ । ଏନେଇ ସୂଚନା ଦେଇଛନ୍ତି ସାତକୋଶିଆ କ୍ଷେତ୍ର ନିର୍ଦ୍ଦେଶକ । ବାଘୁଣୀକୁ କାହ୍ନା ଅଭୟାରଣ୍ୟର ଘରିଲା ଏନକ୍ଲୋଜରକୁ ନିଆଯିବ। ସେଠାରେ ଏନକ୍ଲୋଜରର ମରାମତି ଚାଲିଛି। ଖୁବଶୀଘ୍ର କାମ ସରିଯିବ।

ଫେରିଯିବ ବାଘୁଣୀ, ଆନ୍ତଃରାଜ୍ୟ ବ୍ୟାଘ୍ର ସ୍ଥାନାନ୍ତରଣ ପ୍ରକ୍ରିୟାରେ ପଡିବ କି ପୂର୍ଣ୍ଣଚ୍ଛେଦ

ଏନେଇ ଓଡିଶା ମୁଖ୍ୟ ବନ୍ୟପ୍ରାଣୀ ତତ୍ତ୍ବାବଧାରକ ଓ ମଧ୍ୟପ୍ରଦେଶ ପ୍ରଧାନ ମୁଖ୍ୟ ବନ ସଂରକ୍ଷଣ ସହ କଥା ହୋଇଥିବା ସୂଚନା ଦେଇଛନ୍ତି ସାତକୋଶିଆ କ୍ଷେତ୍ର ନିର୍ଦ୍ଦେଶକ ପ୍ରଦୀପ ରାଜ କରାଟ । ସେଠାରୁ ଏକ ବିଶେଷଜ୍ଞ ଦଳ ଆସି ବାଘୁଣୀକୁ ନେବେ ।

ବାଘୁଣୀ ସ୍ଥାନାନ୍ତରଣ ପାଇଁ ଆବଶ୍ୟକ ଗାଡି ମଧ୍ୟ ସେଠାରୁ ଆସିବ ବୋଲି ସୂଚନା ଦେଇଛନ୍ତି କ୍ଷେତ୍ର ନିର୍ଦ୍ଦେଶକ । ମଣିଷ ମାରିବା ପରେ ସାତକୋଶିଆ ଅଭୟାରଣ୍ୟରୁ ବାଘୁଣୀକୁ ପୁଣି ଥରେ ଟ୍ରାଙ୍କୁଲାଇଜିଙ୍ଗ କରାଯାଇ ରାଇଗୁଡା ଏନକ୍ଲୋଜରରେ ରଖାଯାଇଛି।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Last Updated : Mar 13, 2021, 2:13 PM IST

ABOUT THE AUTHOR

...view details