ଓଡିଶା

odisha

ETV Bharat / state

ଫୁଲୁଛି ବ୍ରାହ୍ମଣୀ, ଖୋଲିଲା ରେଙ୍ଗାଲି ଜଳଭଣ୍ଡାରର ଆଉ 3 ଗେଟ - water level increases in brahamani

ଲଗାଣ ବର୍ଷା ଯୋଗୁଁ ବଢୁଛି ବ୍ରାହ୍ମଣୀ ନଦୀର ଜଳସ୍ତର । ଫଳରେ ଆଜି ଖୋଲଛି ରେଙ୍ଗାଲି ଜଳଭଣ୍ଡାରର ତିନୋଟି ଗେଟ ।

ଫୁଲୁଛି ବ୍ରହ୍ମଣୀ, ଖୋଲିଲା ରେଙ୍ଗାଲି ଜଳଭଣ୍ଡାରର ଆଉ 3 ଟି ଗେଟ
ଫୁଲୁଛି ବ୍ରହ୍ମଣୀ, ଖୋଲିଲା ରେଙ୍ଗାଲି ଜଳଭଣ୍ଡାରର ଆଉ 3 ଟି ଗେଟ

By

Published : Aug 27, 2020, 12:45 PM IST

Updated : Aug 27, 2020, 1:06 PM IST

ଅନୁଗୋଳ: ଜିଲ୍ଲାର ରେଙ୍ଗାଲି ଜଳ ପ୍ରକଳ୍ପରେ ଜଳ ଧାରଣ କ୍ଷମତା ଠାରୁ ଅଧିକ ଜଳସ୍ତର ହୋଇ ଯିବାରୁ ଆଜି ୩ଟି ଗେଟ ଖୋଲା ଯାଇଛି । ଜଳ ଭଣ୍ଡାରର କ୍ଷମତା ୧୨୩.୫୨ ମିଟର ହୋଇ ଥିବାବେଳେ ବର୍ତ୍ତମାନ ୧୨୩.୫୦ ମିଟର ରହିଛି । ଜଳ ଭଣ୍ଡାରକୁ ପ୍ରତି ସେକେଣ୍ଡରେ ୯୪୯୦ ଘନ ମିଟର ଜଳ ପ୍ରବେଶ କରୁଛି ।

୩ଟି ଗେଟ ଦେଇ ୫୬୬୭ଘନ ମିଟର ଜଳ ନିଷ୍କାସନ ହେଉଛି । ପ୍ରବଳ ବର୍ଷା ହେଉଥିବାରୁ ଆହୁରି ଅଧିକ ଗେଟ ଖୋଲା ଯିବାର ସମ୍ଭାବନା ରହିଛି ।

ସେପଟେ ରେଙ୍ଗାଲୀର ତଳ ମୁଣ୍ଡରେ ଥିବା ସମଲ ବ୍ୟାରେଜରେ ମଧ୍ୟ 10 ଟି ଗେଟ ଖୋଲା ଯାଇ ବନ୍ୟାଜଳ ନିଷ୍କାସିତ ହେଉଛି । ତେଣୁ ବ୍ରାହ୍ମଣୀ ନଦୀର ତଳ ମୁଣ୍ଡରେ ବନ୍ୟା ପରିସ୍ଥିତି ଉପୁଜିବାର ସମ୍ଭାବନା ରହିଛି ।

ଅନୁଗୋଳରୁ ସଂଗ୍ରମା ରଞ୍ଜନ ନାଥ, ଇଟିଭି ଭାରତ

Last Updated : Aug 27, 2020, 1:06 PM IST

ABOUT THE AUTHOR

...view details