ଅନୁଗୋଳ: ମହାଶିବରାତ୍ରି ପାଇଁ ସମସ୍ତ ଶିବାଳୟରେ ଭାବ ଓ ଭକ୍ତିମୟ ପରିବେଶ । ସବୁଠି ଶ୍ରଦ୍ଧାଳୁ ଜାଗର ଜାଳି ମହାଦେବଙ୍କ ଆଶିଷ ଲାଭ ପାଇଁ ବସିଛନ୍ତି । ଏଥିପାଇଁ ଅନୁଗୋଳର ସମସ୍ତ ଶୈବପୀଠରେ ନାହିଁ ନଥିବା ଭିଡ଼ ଦେଖିବାକୁ ମିଳିଛି ।
ଜିଲ୍ଲାର ଅନୁଗୋଳ ସହର ସମେତ ପାଲଲହଡ଼ାର ଖୁଲୁଢି, ଆଠମଲ୍ଲିକର ଦେଉଲଝରି ଓ ତାଳଚେରର ପଶ୍ଚିମେଶ୍ବର ଆଦି ଶୈବପୀଠ ମାନଙ୍କରେ ଜାଗର ଯାତ୍ରା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗି ରହିଛି । ଛୁଆ ଠାରୁ ବଡ଼ ସମସ୍ତେ ଭକ୍ତିର ସହକାରେ ଜାଗର ଜାଳି ବସିଛନ୍ତି ।