ଅନୁଗୋଳ: ଜୁନ 1 ତାରିଖରୁ ଚାକିରି ହରାଇଛନ୍ତି ଜିଲ୍ଲାରେ ବିଜୁଳୀ ବିଭଗରେ କାମ କରୁଥିବା ଠିକା ବିଜୁଳୀ କର୍ମଚାରୀ । ଜିଲ୍ଲାରେ ପ୍ରାୟ ୭୦୦ କର୍ମଚାରୀଙ୍କୁ କୋଭିଡ ଭଳି କଟକଣା ଜାରି ରହିଥିବା ବେଳେ ଛଟେଇ କରିଛି କମ୍ପାନୀ । ଚାକିରି ଯିବା ପରେ ଏବେ ଏହି କର୍ମଚାରୀ ମାନେ କ'ଣ କରିବେ ତାକୁ ନେଇ ଚିନ୍ତାରେ ଅଛନ୍ତି । ଏନେଇ ବାରମ୍ବାର ଅଧିକାରୀ ଓ କମ୍ପାନୀ କର୍ତ୍ତୃପକ୍ଷକୁ କହିଲେ ବି କେହି କିଛି ନ ଶୁଣିବାରୁ ପ୍ରାୟ ୭୦୦ରୁ ଅଧିକ କର୍ମଚାରୀ ବିଜୁଳୀ ବିଭାଗ ଡିଭିଜନ ଅଫିସର ସମ୍ମୁଖରେ ଧରଣାରେ ବସିଛନ୍ତି ।
ଚାରି ମାସ ହେବ ଚାକିରି ନାହିଁ, ଆନ୍ଦୋଳନରେ ଠିକା ବିଦ୍ୟୁତ କର୍ମଚାରୀ - corona effect
କୋରୋନା ସମୟରେ ଚାକିରିରୁ ଛଟେଇ ନକରିବାକୁ ବାରମ୍ବାର ସରକାର ମନା କରିଥିବାବେଳେ, ଅନୁଗୋଳରେ ତାର ବିପରୀତ ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ...
ଅଭିଯୋଗ ମୁତାବକ, ଗତ 10 ବର୍ଷରୁ ଅଧିକ ଦିନ ହେବ ସେମାନେ ବିଜୁଳୀ ବିତରକ ସଂସ୍ଥା ସେସୁ ଅଧୀନରେ ଥିବା ବିଭିନ୍ନ ଠିକା ସଂସ୍ଥାରେ କାମ କରୁଥିଲେ । ତେବେ ଜୁନ 1 ତାରିଖରୁ ସେସୁକୁ ଟାଟା ନିଜ ପାୱାରକୁ ନେବା ପରେ ଏବେ କର୍ମଚାରୀଙ୍କ ଚାକିରି ଯାଇଛି । ଯେଉଁଥିରେ ଅଛନ୍ତି, ମିଟର ରିଡ଼ର, ବିଲ କଲେକ୍ଟର ଓ ମେଣ୍ଟେନାନ୍ସ କର୍ମଚାରୀ । ଯଦି ସେମାନଙ୍କୁ ପୁନଃ ନିଯୁକ୍ତି ଦିଆ ନଯାଏ ତେବେ ସେମାନେ ନିଜ ପରିବାରକୁ ଧରି ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି । ସରକାର ଏମାନଙ୍କୁ ଟାଟା ଅଧୀନରେ ନିଯୁକ୍ତି ଦିଅନ୍ତୁ ବୋଲି ମଧ୍ୟ ଦାବି କରିଛନ୍ତି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ