ଅନୁଗୋଳ: ଜିଲ୍ଲାରେ କମିଛି ମାଓ କାର୍ଯ୍ୟକଳାପ । 2018 ପରଠାରୁ ଜିଲ୍ଲାରେ ମାଓବାଦୀଙ୍କ କୌଣସି କାର୍ଯ୍ୟକଳାପ ନଥିବାରୁ କେନ୍ଦ୍ର ସରକାରଙ୍କ ଏସଆରଈ ସ୍କିମ ରୁ ବାଦ ଦିଆ ଯାଇଥିବା ଅନୁଗୋଳ ଏସପି ସୂଚନା ଦେଇଛନ୍ତି । ଖାଲି ସେତିକି ନୁହେଁ ମାଓବାଦୀଙ୍କ କବଳରୁ ଅନୁଗୋଳ ଜିଲ୍ଲା ମୁକ୍ତ ହୋଇଥିବା ଏସପି ସ୍ପଷ୍ଟ କରିଛନ୍ତି । ଏହା ସହ ମାଓବାଦୀଙ୍କ କବଳରୁ ମୁକ୍ତ ହୋଇଛି ରାଜ୍ୟର ଆଉ ୫ଟି ଜିଲ୍ଲା । ସେଗୁଡ଼ିକ ହେଲା ଅନୁଗୋଳ, ବୌଦ୍ଧ, ସମ୍ବଲପୁର, ଦେଓଗଡ଼ ଓ ନୟାଗଡ଼ ।
ମାଓବାଦୀମାନଙ୍କୁ ରାଜ୍ୟ ସରକାରଙ୍କ ଥଇଥାନ ପ୍ରକିୟା, ପ୍ରୋତ୍ସାହନ, ଆର୍ଥିକ ସହାୟତା ପ୍ରଦାନ, ସ୍ଥାନୀୟ ଅଞ୍ଚଳରେ ଦ୍ରୁତ ବିକାଶ ଓ ଶେଷରେ ମାଓବାଦୀଙ୍କ ବିରୋଧରେ ଓଡ଼ିଶା ପୁଲିସର କଡ଼ା ଅପରେନସନ ହିଁ ଏଭଳି ସଫଳତା ଆଣି ଦେଇଛି । ଏନେଇ ଆଜି ଅନୁଗୋଳ ଏସପି ଜଗମୋହନ ମୀନା ଏକ ସାମ୍ବାଦିକ ସମିଳନୀରେ ସୂଚନା ଦେଇଛନ୍ତି । ଅନୁଗୋଳ ଜିଲ୍ଲାରେ ବିଗତ ୫ବର୍ଷ ମଧ୍ୟରେ ପୋଲିସ-ମାଓବାଦୀ ଗୁଳି ବିନିମୟ ବହୁବାର ହୋଇଛି। ପୁରୁଣାକୋଟ ଥାନା ଅଞ୍ଚଳରେ ସାତକୋଶିଆ ଅଭୟାରଣ୍ୟରେ ମାଓବାଦୀ ନିଜର କାୟା ବିସ୍ତାର କରିଥିଲେ। ଅନେକ ସମୟରେ ପୋଡାଜଳା କରିବା ସହ ବନ କର୍ମଚାରୀଙ୍କୁ ଆକ୍ରମଣ କରିଥିଲେ।