ଅନୁଗୋଳ: ଆଜି (ସୋମବାର) ଅନୁଗୋଳ ଜିଲ୍ଲାପାଳଙ୍କ କଯ୍ୟାଳୟକୁ ଘେରାଉ କରି ନିଜର ଆପତ୍ତି ଜଣାଇଛନ୍ତି ମା’ ମାହେଶ୍ଵରୀ ଆଞ୍ଚଳିକ କ୍ଷତିଗ୍ରସ୍ତ ପ୍ରଜାସଂଘର ଲୋକେ । ଗତ ଦୁଇ ବର୍ଷ ହେବ ଅନୁଗୋଳ ଜିଲାର ହଣ୍ଡାପା ରେଳ ଷ୍ଟେସନ ନିକଟରେ ଏକ କୋଇଲା ଷ୍ଟକ ୟାର୍ଡ କରାଯାଇଛି। ଏହା ବିରୋଧରେ ସ୍ଥାନୀୟ ୩ଟି ପଞ୍ଚାୟତର ଲୋକେ ଶାନ୍ତିପୂର୍ଣ୍ଣ ଭାବେ ଧାରଣା ତଥା ବିକ୍ଷୋଭ ଅହୋରାତ୍ର ଆନ୍ଦୋଳନ ଜାରି ରଖିଛନ୍ତି ।
କୋଇଲା ଷ୍ଟକ ୟାର୍ଡକୁ ତୀବ୍ର ବିରୋଧ, ଜିଲ୍ଲାପାଳଙ୍କ କଯ୍ୟାଳୟ ଘେରାଉ - ଅନୁଗୋଳ କୋଇଲା ଷ୍ଟକ ୟାର୍ଡ
କୋଇଲା ଷ୍ଟକ ୟାର୍ଡକୁ ଗ୍ରାମବାସୀଙ୍କ ବିରୋଧ । ବାରମ୍ବାର ଆନ୍ଦୋଳନ ଓ ବିରୋଧ କରି ସେଥିରେ ସଫଳ ନହେବାରୁ ଗାଁର ପୁରୁଷ ମହିଳା ଷ୍ଟକ ୟାର୍ଡ ନେଇ ଉପୁଜୁଥିବା ସମସ୍ୟା ନେଇ ଅନୁଗୋଳ ଜିଲାପାଳଙ୍କ ନିକଟରେ ଫେରାଦ ହୋଇଛନ୍ତି । ଅଧିକ ପଢନ୍ତୁ...
କିନ୍ତୁ, କିଛି ନ୍ୟସ୍ତ ସ୍ବାର୍ଥ ବ୍ୟକ୍ତି ବନ୍ଧୁକ ମୁନରେ ଲୋକଙ୍କୁ ଭୟଭୀତ କରାଇ ଷ୍ଟକ ୟାର୍ଡରୁ କୋଇଲା ପରିବହନ କରୁଛନ୍ତି। ଯାହା ହେବା ଦ୍ୱରା ସମ୍ପୂର୍ଣ୍ଣ ଅଞ୍ଚଳ ଏବେ କୋଇଲା ଗୁଣ୍ଡ ଛାଇ ଯାଇଛି । ଲୋକେ ପିଇବା ପାଣି ପାଉନାହାଁନ୍ତି । ସବୁଜିମା ହେଉଥିବା କ୍ଷେତରେ ଆଉ ଫସଲ ହୋଇପାରୁନି। ଯାହାକୁ ନେଇ ଲୋକେ ନିଜର ଅସନ୍ତୋଷ ଜାହିର କରିଛନ୍ତି। ଏହି ଷ୍ଟକ ୟାର୍ଡ ହେବା ଦ୍ୱାରା ଅଞ୍ଚଳର ବ୍ୟାପକ କ୍ଷୟକ୍ଷତି ହେଉଛି। କୋଇଲା ଗୁଣ୍ଡ ଯୋଗୁଁ ବାୟୁମଣ୍ଡଳ ପ୍ରଦୂଷିତ ହେବା ଆରମ୍ଭ କଲାଣି । ଏହାଦ୍ବାରା ଜଳ, ଜମି ଏବଂ ଜୀବିକା ସବୁକିଛି ପ୍ରଭାବିତ ହୋଇଥିବା ଗ୍ରାମବାସୀ କହିଛନ୍ତି। ତେଣୁ, ତୁରନ୍ତ ଏହାକୁ ବନ୍ଦ କରିବାକୁ ଲୋକେ ଦାବି କରିଛନ୍ତି।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ