ଅନୁଗୋଳ: ଗାଁ ଗୋଚର ଜମିରେ ଶ୍ମଶାନ ନିର୍ମାଣକୁ ଗ୍ରାମବାସୀଙ୍କ ଅଭିନବ ବିରୋଧ । ଅନୁଗୋଳ ଜିଲ୍ଲା ପୁଇଓ ଗାଁର ଗ୍ରାମବାସୀଙ୍କ ଅଭିନବ ପ୍ରତିବାଦ ଦେଖିବାକୁ ମିଳିଛି । ଅନୁଗୋଳ ଜିଲ୍ଲାପାଳଙ୍କ ଗୋଡ ତଳେ ପଡି ଶ୍ମଶାନ ନିର୍ମାଣକୁ ବିରୋଧ କରିଛନ୍ତି ଗ୍ରାମବାସୀ ।
ଜିଲ୍ଲାପାଳଙ୍କ ଗୋଡ଼ ତଳେ ପଡିଲେ ଗାଁଲୋକେ - anugul collector
ଗାଁ ଗୋଚର ଜମିରେ ଶ୍ମଶାନ ନିର୍ମାଣକୁ ବିରୋଧ କରି ପୁଇଓ ଗାଁର ଗ୍ରାମବାସୀଙ୍କ ଅଭିନବ ପ୍ରତିବାଦ। ଅନୁଗୋଳ ଜିଲ୍ଲାପାଳଙ୍କ ଗୋଡତଳେ ଶୋଇଲେ ଗ୍ରାମବାସୀ।
![ଜିଲ୍ଲାପାଳଙ୍କ ଗୋଡ଼ ତଳେ ପଡିଲେ ଗାଁଲୋକେ anugul](https://etvbharatimages.akamaized.net/etvbharat/prod-images/768-512-8448611-thumbnail-3x2-ang.jpg)
ଜିଲ୍ଲାପାଳଙ୍କ ଗୋଡ଼ ତଳେ ପଡିଲେ ଗାଁଲୋକେ
ଜିଲ୍ଲାପାଳଙ୍କ ଗୋଡ଼ ତଳେ ପଡିଲେ ଗାଁଲୋକେ
ସୂଚନା ଅନୁସାରେ, ଶ୍ମଶାନ ନିର୍ମାଣ ପାଇଁ ଗାଁ ଗୋଚର ଜମି ପରିବର୍ତ୍ତେ ଅନ୍ୟତ୍ର କେଉଁଠି ନିର୍ମାଣ କରିବାକୁ ଗ୍ରାମବାସୀ ପୂର୍ବରୁ ଦାବି କରି ଆସୁଥିଲେ । ଯାହାକୁ ନେଇ ସୋମବାର ଜଣେ ଗ୍ରାମବାସୀ ପ୍ରତିବାଦ ସ୍ବରୂପ ଜିଲ୍ଲାପାଳଙ୍କ ଗୋଡ ତଳେ ପଡିଯାଇଥିଲେ । ତେବେ ଅନେକ ବୁଝାସୁଝା ପରେ ଉଠିଥିଲେ ପ୍ରତିବାଦକାରୀ ଗ୍ରାମବାସୀ ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ
Last Updated : Aug 17, 2020, 7:17 PM IST