ଅନୁଗୋଳ :ଆଜି ଅନୁଗୋଳ ଜିଲ୍ଲା ତାଳଚେର ଉପଖଣ୍ଡ ଜଗନ୍ନାଥ ଏରିଆ ଏବଂ ସୁଭଦ୍ରା ଏରିଆ ପାଇଁ ଦୁଇଟି ନୂତନ କେନ୍ଦ୍ରୀୟ ବିଦ୍ୟାଳୟର ଅସ୍ଥାୟୀ କ୍ୟାମ୍ପସର ଉଦଘାଟନ ହୋଇଯାଇଛି । ସେହିପରି ଏଠାରେ ଏକ ସ୍କୁଲ ସ୍ଥାୟୀ କ୍ୟାମ୍ପସର ଭୂମିପୂଜା ଉତ୍ସବ ମଧ୍ୟ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟଅତିଥି ଭାବେ ଯୋଗଦେଇ ଭୂମିପୂଜା କରିଥିଲେ ।
ଏହାଛଡା ଦୁଇଟି ସ୍ଥାନରେ ଅସ୍ଥାୟୀ ଭାବେ ଚାଲିବାକୁ ଥିବା କେନ୍ଦ୍ରୀୟ ବିଦ୍ୟାଳୟର ଫିତା କାଟି ଶୁଭ ଉଦଘାଟନ କରିଥିଲେ । କାର୍ଯ୍ୟକ୍ରମରେ ଢେଙ୍କାନାଳ ସାଂସଦ ମହେଶ ସାହୁ ଓ ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଏମସିଏଲର ସମସ୍ତ ବରିଷ୍ଠ ଅଧିକାରୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଭୂମିପୂଜା ଏବଂ ବିଦ୍ୟାଲୟ ଶୁଭ ଉଦଘାଟନ ପରେ ଜଗନ୍ନାଥ ଏରିଆରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା ।