ଓଡିଶା

odisha

ETV Bharat / state

ସରକାରଙ୍କ ବିଦ୍ୟୁତ ଶୁଳ୍କ ବୃଦ୍ଧିକୁ ଏସୟୁସିଆଇ କମ୍ୟୁନିଷ୍ଟ ପକ୍ଷରୁ ପ୍ରତିବାଦ - ଏସୟୁସିଆଇ କମ୍ୟୁନିଷ୍ଟ ପକ୍ଷରୁ ପ୍ରତିବାଦ

ଅନୁଗୋଳ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ 12 ଦଫା ଦାବିରେ ବିକ୍ଷୋଭ ଓ ପ୍ରତିବାଦ କରିଛି ଏସୟୁସିଆଇ କମ୍ୟୁନିଷ୍ଟ । ରାଜ୍ୟ ସରକାର କରିଥିବା ବିଦ୍ୟୁତ ଶୁଳ୍କ ବୃଦ୍ଧିକୁ ପ୍ରତିବାଦ କରୁଛି ଦଳ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ସରକାରଙ୍କ ବିଦ୍ୟୁତ ଶୁଳ୍କ ବୃଦ୍ଧିକୁ ଏସୟୁସିଆଇ କମ୍ୟୁନିଷ୍ଟ ପକ୍ଷରୁ ପ୍ରତିବାଦ
ସରକାରଙ୍କ ବିଦ୍ୟୁତ ଶୁଳ୍କ ବୃଦ୍ଧିକୁ ଏସୟୁସିଆଇ କମ୍ୟୁନିଷ୍ଟ ପକ୍ଷରୁ ପ୍ରତିବାଦ

By

Published : Sep 25, 2020, 4:34 PM IST

ଅନୁଗୋଳ: ରାଜ୍ୟ ସରକାର କରିଥିବା ବିଦ୍ୟୁତ ଶୁଳ୍କ ବୃଦ୍ଧିର ପ୍ରତିବାଦ ଦେଖିବାକୁ ମିିଳିଛି ଅନୁଗୋଳରେ । ଶୁଳ୍କ ଵୃଦ୍ଧି ପ୍ରତ୍ୟାହାର ପାଇଁ ଦାବି କରିଛି ଏସୟୁସିଆଇ କମ୍ୟୁନିଷ୍ଟ । ଅନୁଗୋଳ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ 12 ଦଫା ଦାବିରେ ବିକ୍ଷୋଭ ଓ ପ୍ରତିବାଦ କରିଛି ଏସୟୁସିଆଇ କମ୍ୟୁନିଷ୍ଟ । ଦଳ ପକ୍ଷରୁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ନେଉଥିବା କେତେକ ନିଷ୍ପତ୍ତିକୁ ବିରୋଧ କରାଯାଇଛି ।

ସରକାରଙ୍କ ବିଦ୍ୟୁତ ଶୁଳ୍କ ବୃଦ୍ଧିକୁ ଏସୟୁସିଆଇ କମ୍ୟୁନିଷ୍ଟ ପକ୍ଷରୁ ପ୍ରତିବାଦ

ଗୋଟେପଟେ କୋରୋନା କବଳରେ ସମସ୍ତେ ଛଟପଟ ହେଉଥିବା ବେଳେ ସବୁ ଜିନିଷର ଅହେତୁକ ଦର ବୃଦ୍ଧି ଘଟିଛି । ଯାହା ଉପରେ କାହାରି ନଜର ନାହିଁ । ଏଭଳି ସ୍ଥିତିରେ ହୋଇଛି ବିଦ୍ୟୁତ ଶୁଳ୍କ ଵୃଦ୍ଧି । ଲୋକେ କୋରୋନା ପାଇଁ କାମ ଧନ୍ଦା ହରାଇଥିବା ବେଳେ ତାଙ୍କୁ କାମ ଧନ୍ଦା ଯୋଗାଇବା ପରିବର୍ତ୍ତେ ଦର ଦାମ ଵୃଦ୍ଧି କରି ଶୋଷଣ କରିଛନ୍ତି ସରକାର । ଯାହାର କି ପ୍ରତିବାଦ କରିଛି ଏହି ଦଳ । ଏନେଇ ପ୍ରଧାନମନ୍ତ୍ରୀଙ୍କ ଉଦେଶ୍ୟରେ ଦାବି ପତ୍ର ଜିଲା ପ୍ରଶାସନକୁ ପ୍ରଦାନ କରାଯାଇଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details