ଅନୁଗୋଳ:କୋଭିଡ ପରିଚାଳନାକୁ ନେଇ ଅନୁଗୋଳ ଜିଲ୍ଲାପାଳଙ୍କ ସମୀକ୍ଷା । ବିଶେଷ ଭାବେ ଜିଲ୍ଲାରେ କିଭଳି ଚାଲିଛି କୋଭିଡ ପରିଚାଳନା, ଉପଯୁକ୍ତ ଟେଷ୍ଟିଂ କରାଯିବା ସହ ଲୋକଙ୍କୁ ରିପୋର୍ଟ ଦିଆଯାଉଛି କି ନାହିଁ କଣ୍ଟାକ୍ଟ ଟ୍ରେସିଂ ଠିକ୍ ଭାବେ କରାଯାଉଛି କି ନାହିଁ ତାର ସମୀକ୍ଷା କରିଛନ୍ତି ଜିଲାପାଳ ।
ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରଶିକ୍ଷଣ ଗୃହରେ ଜିଲାର ସମସ୍ତ ଉପଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ ଓ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ନେଇ ଏହି ସମୀକ୍ଷା କରାଯାଇଥିଲା । ବିଶେଷ ଭାବେ ନିୟୋଜିତ ଥିବା ବ୍ଲକ ପୋଗ୍ରାମ ମ୍ୟାନେଜର ତଥା (BPM) କିଭଳି କାର୍ଯ୍ୟ କରୁଛନ୍ତି ତାର ସମୀକ୍ଷା କରାଯାଇଛି ।