ଓଡିଶା

odisha

ETV Bharat / state

କପଡାରେ ଦାମୀ କମ୍ପାନୀ ଷ୍ଟିକର ମାରି ଦୋକାନୀ ଗିରଫ

ଅନୁଗୋଳ ସହରରେ ଡୁପ୍ଲିକେଟ ବ୍ରାଣ୍ଡିଂ ଡ୍ରେସ ବିକିବା ଅଭିଯୋଗରେ ଅନୁଗୋଳ ପୋଲିସ ଜଣକୁ ଗିରଫ କରିଛି । କମ ଦାମୀ ପ୍ୟାଣ୍ଟରେ ଦାମୀ କମ୍ପାନୀର ଷ୍ଟିକର ଲଗାଇ ବିକ୍ରି କରିବା ବ୍ୟବସାୟୀଙ୍କ ପ୍ରତି ମହଙ୍ଗା ପଡିଲା । ଅଧିକ ପଢନ୍ତୁ...

କପଡାରେ ଦାମୀ କମ୍ପାନୀ ଷ୍ଟିକର ମାରି ଦୋକାନୀ ଗିରଫ
କପଡାରେ ଦାମୀ କମ୍ପାନୀ ଷ୍ଟିକର ମାରି ଦୋକାନୀ ଗିରଫ

By

Published : Jul 12, 2021, 6:09 PM IST

ଅନୁଗୋଳ: ଅନୁଗୋଳ ସହରରେ ଡୁପ୍ଲିକେଟ ବ୍ରାଣ୍ଡିଂ ଡ୍ରେସ ବିକିବା ଅଭିଯୋଗରେ ଅନୁଗୋଳ ପୋଲିସ ଜଣକୁ ଗିରଫ କରିଛି । କମ ଦାମୀ ପ୍ୟାଣ୍ଟରେ ଦାମୀ କମ୍ପାନୀର ଷ୍ଟିକର ଲଗାଇ ବିକ୍ରି କରିବା ବ୍ୟବସାୟୀଙ୍କ ପ୍ରତି ମହଙ୍ଗା ପଡିଲା ।

କପଡାରେ ଦାମୀ କମ୍ପାନୀ ଷ୍ଟିକର ମାରି ଦୋକାନୀ ଗିରଫ

ଅନୁଗୋଳ ସହରରେ ଡୁପ୍ଲିକେଟ ବ୍ରାଣ୍ଡିଂ ଡ୍ରେସ ବିକିବା ଅଭିଯୋଗରେ ଅନୁଗୋଳ ପୋଲିସ ଜଣକୁ ଗିରଫ କରିଛି । ବିଭିନ୍ନ ପ୍ରକାର ବ୍ରାଣ୍ଡର କପଡା ସବୁରେ ଦାମୀ ବ୍ରାଣ୍ଡର ଡୁପ୍ଲିକେଟ ଷ୍ଟିକର ଲଗାଇ ବିକୁଥିବାବେଳେ ଅନୁଗୋଳ ପୋଲିସ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି । ମିଳିଥିବା ସୂଚନା ଅନୁସାରେ ଅନୁଗୋଳ ସହର ଲକ୍ଷ୍ମୀ ବଜାରରେ ଥିବା ଏକ କପଡା ଦୋକାନୀ କମ ଦାମର କପଡାରେ ଦାମୀ ବ୍ରାଣ୍ଡ ସବୁର ଷ୍ଟିକର ଲଗାଇ ବିକ୍ରି କରୁଥିଲେ । ଏନେଇ ଅଭିଯୋଗ ହେବା ହେବା ପରେ ଦୋକାନୀ ଅନିଷ କୁମାର ଝୁନଝୁନୱାଲାକୁ ଗିରଫ କରିଛି ପୋଲିସ । ଅନିଷ କମ ଦାମର ଜିନ୍ସ ପ୍ୟାଣ୍ଟ ସବୁରେ ଦାମୀ କମ୍ପାନୀର ଷ୍ଟିକର ଲଗାଇ ଛଡା ଦରରେ ବିକ୍ରି କରୁଥିଲେ । ଏନେଇ ଏକ କମ୍ପାନୀ ପକ୍ଷରୁ ଅଭିଯୋଗ ହୋଇଥିଲା ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details