ଅନୁଗୋଳ: ମନଇଚ୍ଛା ସ୍କୁଲ ଫି’ ବୃଦ୍ଧି କରୁଛନ୍ତି ଘରୋଇ ସ୍କୁଲ । ଯାହା ବିରୁଦ୍ଧରେ ତେଜୁଛି ବିରୋଧ। ଅନୁଗୋଳ ରୋଟାରୀ ସ୍କୁଲ ବିରୁଦ୍ଧରେ ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହେଲା ଅଭିଭାବକ ସଙ୍ଘ ।
ସ୍କୁଲ ଫି ବୃଦ୍ଧିକୁ ଅଭିଭାବକଙ୍କ ନା ଘରୋଇ ସ୍କୁଲର ମନ ମାନି ନେଇ ଜିଲ୍ଲାପାଳଙ୍କୁ ଭେଟିଲେ ଅବିଭାବକ । ଅନୁଗୋଳ ସହରରେ ଥିବା ରୋଟାରୀ ପବ୍ଲିକ ସ୍କୁଲର ମନମାନିକୁ ନେଇ ଦେଖାଦେଇଛି ଅସନ୍ତୋଷ । ଫଳରେ ଅଭିଭାବକମାନେ ଜିଲ୍ଲାପାଳଙ୍କୁ ଭେଟି ନିଜର ଗୁହାରି ଜଣାଇଛନ୍ତି।
ସ୍କୁଲ କର୍ତ୍ତୃପକ୍ଷ କୋଭିଡ ନିୟମ ସତ୍ତ୍ୱେ ସ୍କୁଲ ଫି ଦେବାକୁ ଅଭିଭାବକଙ୍କୁ ଚାପ ପକାଉଥିବା ସେମାନେ ଅଭିଯୋଗ କରିଛନ୍ତି । ସ୍କୁଲ ବନ୍ଦ ସତ୍ତ୍ୱେ ଟିଉସନ ଫି ଓ ଅନ୍ୟାନ୍ୟ ଫି ଦେବାକୁ ଫୋନ ଯୋଗେ ଅଭିଭାବକଙ୍କୁ ଚାପ ପକାଉଛନ୍ତି ସ୍କୁଲ କର୍ତ୍ତୃପକ୍ଷ । ସ୍କୁଲ ଫି ଛାଡ଼ ନେଇ କୋର୍ଟଙ୍କ ନିର୍ଦ୍ଦେଶ ଥିବା ସତ୍ତ୍ୱେ ସ୍କୁଲ କର୍ତ୍ତୃପକ୍ଷ ଜାଣି ଶୁଣି ପିଲାଙ୍କ ଭବିଷ୍ୟତକୁ ନେଇ ଖେଳ ଖେଳୁଥିବା ଅଭିଯୋଗ କରିଛନ୍ତି ଅବିଭାବକ ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ