ଅନୁଗୋଳ: ଜିଲାରେ ଆରମ୍ଭ ହୋଇଛି ଧାନ କିଣା । ଜିଲ୍ଲାର ପାଲଲହଡ଼ା, ତାଳଚେର ଓ କିଶୋର ନଗର ବ୍ଲକରେ ଆଜି ପ୍ରଥମ ଦିନରେ ମଣ୍ଡି ଖୋଲିଛି । ଆଜି ପାଲଲହଡା ବ୍ଲକର ସେବା ସମବାୟ ସମିତି ଓ ଆଠମଲ୍ଲିକ ବ୍ଲକର ଅମସରମୁଣ୍ଡା କୃଷି ସମବାୟ ସମିତିରେ ଧାନ କିଣା ଆରମ୍ଭ କରାଯାଇଛି । ଅମସରମୁଣ୍ଡା ସମିତିରେ ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ ଯୋଗ ଦେଇ ଏହି କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି ।
ଜିଲାରେ ମୋଟ ୯୪ଟି ସମିତିରେ ଧାନ କିଣା କରାଯିବ। ପର୍ଯ୍ୟାୟ କ୍ରମେ ଏହି ପ୍ରକ୍ରିୟା ଚାଲୁ ରହିବ। ଧାନ ବିକ୍ରି ପାଇଁ ମୋଟ ୩୫ ହଜାର ୮୭୭ ଜଣ ଚାଷୀ ପଞ୍ଜିକୃତ କରିଛନ୍ତି । ଚଳିତବର୍ଷ ପ୍ରାୟ ୬ ଲକ୍ଷ କୁଇଣ୍ଟାଲ ଧାନ କିଣାଯିବାର ଲକ୍ଷ୍ୟ ରଖାଯାଇଛି ।