ଓଡିଶା

odisha

ETV Bharat / state

ଅନୁଗୋଳରେ 5 ହଜାର ଟପିଲା କୋରୋନା - corona crosses 5,000 in Anugul

ଆଜି(ସୋମବାର) ଅନୁଗୋଳ ଜିଲ୍ଲାରେ ପାଞ୍ଚ ହଜାର ଅତିକ୍ରମ କଲା କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଜିଲ୍ଲାରୁ ଆଜି ଗୋଟିଏ ଦିନରେ ୧୭୮ ଜଣ ନୂଆ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

ଅନୁଗୋଳରେ 5 ହଜାର ଟପିଲା କୋରୋନା
ଅନୁଗୋଳରେ 5 ହଜାର ଟପିଲା କୋରୋନା

By

Published : Oct 5, 2020, 10:47 PM IST

ଅନୁଗୋଳ: ରାଜ୍ୟରେ ବଢିଚାଲିଛି କୋରୋନା ସଂକ୍ରମଣ । ସେହିଭଳି ସବୁ ଜିଲ୍ଲାରୁ ମଧ୍ୟ ପ୍ରତିଦିନ ନୂଆ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ସେହିକ୍ରମରେ ଆଜି(ସୋମବାର) ଅନୁଗୋଳ ଜିଲ୍ଲାରେ ପାଞ୍ଚ ହଜାର ଅତିକ୍ରମ କଲା କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଜିଲ୍ଲାରୁ ଆଜି ଗୋଟିଏ ଦିନରେ ୧୭୮ ଜଣ ନୂଆ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଯାହାକୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୫ ହଜାର ୧୧୩ରେ ପହଁଚିଥିବା ନେଇ ଜିଲ୍ଲା ସୂଚନା ଲୋକ ସମ୍ପର୍କ ବିଭଗ ପକ୍ଷରୁ ଜାରି ଏକ ପ୍ରେସ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି ।

ସେହିପରି ଅନ୍ୟ ଜିଲ୍ଲାରୁ ଅନୁଗୋଳରେ ସ୍ଵାବ ନମୁନା ଦେଇଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ଆଜି ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୮୫ରେ ପହଞ୍ଚିଛି । ଜିଲ୍ଲା ମଧ୍ୟରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ବଅଁରପାଳ ବ୍ଳକ ଅଞ୍ଚଳରୁ ୫୯ ଜଣ, କଣିହାଁ ବ୍ଲକ ଅଞ୍ଚଳରୁ ୫୫ ଜଣ, ଅନୁଗୋଳ ପୌରାଞ୍ଚଳରୁ ୨୨ ଜଣ , ତାଳଚେର ବ୍ଲକରୁ ୧୪ ଜଣ, ଛେଣ୍ଡିପଦା ବ୍ଳକରୁ ୧୪ ଜଣ, ଅନୁଗୋଳ ବ୍ଲକରୁ ୯ ଜଣ, କିଶୋରନଗର ବ୍ଲକରୁ ୨ ଜଣ ଓ ପାଳଲହଡା ବ୍ଳକ ଅଞ୍ଚଳରୁ ୨ ଜଣ ଚିହ୍ନଟ ହୋଇଛନ୍ତି ।

ସମସ୍ତେ ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ପଜିଟିଭ ହୋଇଥିବାର ଜଣାପଡିଛି । ସମସ୍ତ ଲକ୍ଷଣଯୁକ୍ତ ଆକ୍ରାନ୍ତଙ୍କୁ କୋଭିଡ ହସ୍ପିଟାଲକୁ ଚିକିତ୍ସା ନିମନ୍ତେ ସ୍ଥାନାନ୍ତର କରାଯାଉଥିବାବେଳେ ସ୍ବଳ୍ପ ଲକ୍ଷଣଯୁକ୍ତ ଓ ଲକ୍ଷଣବିହୀନ ଆକ୍ରାନ୍ତମାନଙ୍କୁ ନିଜ ଘରେ ଆଇସୋଲେସନରେ ରଖାଯାଇ ନିରୀକ୍ଷଣ କରାଯାଉଛି ବୋଲି ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ପ୍ରକାଶ କରିଛନ୍ତି ।

ତେବେ ସୋମବାର ଆଜି ଜିଲ୍ଲାରୁ ୧୮୯ ଜଣ ସୁସ୍ଥ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୧୫ ଜଣ କୋଭିଡ ହସ୍ପିଟାଲରୁ, ୫ଜଣ କୋଭିଡ କେୟାର ସେଣ୍ଟରରୁ ଓ ୧୬୯ ଜଣ ହୋମ ଆଇସୋଲେସନରୁ ସୁସ୍ଥ ହୋଇଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details