ଓଡିଶା

odisha

By

Published : Nov 25, 2020, 7:52 AM IST

ETV Bharat / state

ବାଘ ପାଇଁ କାଠଗଡାରେ ସାତକୋଶିଆ କର୍ତ୍ତୃପକ୍ଷ

ସାତକୋଶିଆ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପକୁ ଶକ୍ତ ଧକ୍କା । ବ୍ୟାଘ୍ର ପ୍ରକଳ୍ପ ଆରମ୍ଭ କରାଯିବା ବେଳେ କୌଣସି ଏସଓପି ପାଳନ କରାଯାଇ ନଥିବା ନେଇ ମଧ୍ୟପ୍ରଦେଶ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ଦାୟର କରିଛି ଏକ ସ୍ବେଚ୍ଛାସେବୀ ସଂଗଠନ । ଅଧିକ ପଢନ୍ତୁ...

ବାଘ ପାଇଁ କାଠଗଡାରେ ସାତକୋଶିଆ କର୍ତ୍ତୃପକ୍ଷ
ବାଘ ପାଇଁ କାଠଗଡାରେ ସାତକୋଶିଆ କର୍ତ୍ତୃପକ୍ଷ

ଅନୁଗୋଳ: ବାଟହୁଡିଛି ସାତକୋଶିଆ ଅଭୟାରଣ୍ୟର ଅନ୍ତରାଜ୍ୟ ବ୍ୟାଘ୍ର ସ୍ଥାନାନ୍ତରଣ ପ୍ରକଳ୍ପ । ବାଘ କାହ୍ନାର ମୃତ୍ୟୁ ପରେ ମଣିଷ ମାରିବା ସହ ସମସ୍ତଙ୍କୁ ଚକମା ଦେଉଥିବା ବାଘୁଣୀ ସୁନ୍ଦରୀ ଏବେ ଏନକ୍ଲୋଜରରେ ବନ୍ଦୀ । ତେବେ ଦୁଇ ବର୍ଷ ହେବ ଏହି ପ୍ରକଳ୍ପକୁ ସ୍ଥଗିତ ରଖିଛି ଏନଟିସିଏ । ଯାହାକୁ ନେଇ ଲାଗିରହିଛି ଟଣା ଓଟରା । କୌଣସି ଠୋସ ପଦକ୍ଷେପ ନିଆ ଯାଉନଥିବାରୁ ଏନକ୍ଲୋଜରରେ ବନ୍ଦୀ ଥିବା ବାଘୁଣୀ ତାର ଜଙ୍ଗଲି ପ୍ରବୃତ୍ତି ହରାଇବାକୁ ବସିଲାଣି । ଯାହାକୁ ନେଇ ଅନେକ ସମୟରେ ପ୍ରଶ୍ନ ଉଠାଇଛନ୍ତି ବନ୍ୟଜନ୍ତୁ ପ୍ରେମୀ ଓ ପରିବେଶବିତ୍ ।

ବାଘ ପାଇଁ କାଠଗଡାରେ ସାତକୋଶିଆ କର୍ତ୍ତୁପକ୍ଷ

ସାତକୋଶିଆ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପକୁ ଏବେ ଲାଗିଛି ଶକ୍ତ ଧକ୍କା । ବ୍ୟାଘ୍ର ପ୍ରକଳ୍ପ ଆରମ୍ଭ କରାଯିବା ବେଳେ କୌଣସି ଏସଓପି ପାଳନ କରାଯାଇନଥିବା ନେଇ ମଧ୍ୟପ୍ରଦେଶ ହାଇକୋର୍ଟରେ ଜନ ସ୍ବାର୍ଥ ମାମଲା ଦାୟର କରିଛି ଏକ ସ୍ବେଚ୍ଛାସେବୀ ସଙ୍ଗଠନ । ଏହାସହ ସାତକୋଶିଆ ଡିଏଫଓଙ୍କୁ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି ଭୋପାଳ ହାଇକୋର୍ଟ । ସ୍ଥାନୀୟ ଲୋକଙ୍କ ସହମତି ବିନା ଏଠାରେ ପ୍ରକଳ୍ପ କରାଯାଇଛି । ଯେଉଁ କାରଣ ପାଇଁ ବ୍ୟାଘ୍ର ପ୍ରକଳ୍ପ ଏବେ ଫେଲ ମାରିଛି । କୋର୍ଟଙ୍କ ଜବାବ ତଲବ ପରେ ଏହାକୁ ସାତକୋଶିଆବାସୀ ସ୍ଵାଗତ କରିଛନ୍ତି ।ଏନେଇ ସାତକୋଶିଆ କର୍ତ୍ତୃପକ୍ଷ ସୂଚନା ଦେଇଥିବା ବେଳେ କ୍ୟାମେରା ସାମ୍ନାରେ କିଛି କହିବାକୁ ମନା କରିଥିଲେ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details