ଅନୁଗୋଳ: ଗାଁ ଗାଁ ବୁଲି ସଚେତନ କଲେ ବନ ସୁରକ୍ଷା ସମିତି । ଜଙ୍ଗଲ ଅଧିବାସୀଙ୍କୁ କୋରୋନା ସଂକ୍ରମଣ ରୋକିବାରେ ଚିନ୍ତା ପ୍ରକାଶ କଲେ ବନ ସୁରକ୍ଷା ସମିତି । ସହରାଞ୍ଚଳରେ କୋରୋନାକୁ ନେଇ ସମସ୍ତେ ଅବଗତ ଅଛନ୍ତି । ହେଲେ ଗାଁ ଗହଳି ଏବଂ ଜଙ୍ଗଲ ନିକଟରେ ଥିବା ଛୋଟ ବଡ଼ ଗାଁ ଲୋକେ ଏହି କୋରୋନା ସମ୍ପର୍କରେ ଅବଗତ ନାହାଁନ୍ତି । ଏହାକୁ ଦୃଷ୍ଟିରେ ରଖି କୋରୋନା ସଂକ୍ରମଣରୁ ରକ୍ଷା ପାଇବାକୁ ସଚେତନ କରାଇଲେ ଜିଲ୍ଲାର ବିଭିନ୍ନ ବନ ସୁରକ୍ଷା ସମିତି ।
ଜଙ୍ଗଲ ଅଧ୍ୟୁଷିତ ଗାଁ ଲୋକଙ୍କୁ ସଚେତନ କଲେ ବନ ସୁରକ୍ଷା ସମିତି - Forest Protection Committee in Anugul
ଜଙ୍ଗଲ ଅଧ୍ୟୁଷିତ ଗାଁ ଗୁଡିକରେ ଲୋକେ କିଭଳି ସାମାଜିକ ଦୂରତା ବଜାୟ ରଖିବେ ସେ ନେଇ ଗାଁ ଗାଁ ବୁଲି ସଚେତନ କଲେ ବନ ସୁରକ୍ଷା ସମିତି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...
କୋରୋନା ସଚେତନତା କଲେ ବନ ସୁରକ୍ଷା ସମିତି
ଜଙ୍ଗଲ ଅଧ୍ୟୁଷିତ ଗାଁ ଗୁଡିକରେ ଲୋକେ କିଭଳି ସାମାଜିକ ଦୂରତା ବଜାୟ ରଖିବେ, ନିୟମିତ ସଠିକ ଭାବରେ ହାତ ଧୋଇବେ ଏବଂ ସରକାରୀ କଟକଣାକୁ ମାନିବେ ସେଥିପାଇଁ ଲୋକଙ୍କୁ ସଚେତନ କରାଇଥିଲେ । ବନ ସୁରକ୍ଷା ସମିତିର କର୍ମକର୍ତ୍ତା ଗାଁ ଗାଁ ବୁଲି ଏଭଳି କାର୍ଯ୍ୟକ୍ରମ କରି ଚାଲିଛନ୍ତି । ଆଗକୁ ମଧ୍ୟ ଚାଲୁ ରଖିବାକୁ ନିଷ୍ପତ୍ତି ନେଇଛନ୍ତି । ଏହାଦ୍ବାରା ଦୁର୍ଗମ ଅଞ୍ଚଳରେ ଲୋକେ ସଚେତନ ହୋଇ ପାରିବେ ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ
Last Updated : May 8, 2020, 7:43 PM IST