ଅନୁଗୋଳ: ଝାଡୁ କାରିଗରଙ୍କ ଜୀବନ ଜୀବିକା ବୁଡାଉଛି କୋରୋନା ଭାଇରସ। ସାରା ଦେଶରେ ତାଲାବନ୍ଦ ଯୋଗୁଁ ଏବେ ଅନେକ ଲୋକଙ୍କ ଜୀବିକା ବୁଡିବାକୁ ବସିଛି । ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଅନୁଗୋଳ ଜିଲ୍ଲାରେ । ଛତିଶଗଡ଼ରୁ ଆସି ଅନୁଗୋଳରେ ରହି ଝାଡୁ ତିଆରି କରି ଜୀବିକା ନିର୍ବାହ କରୁଥିବା 13 ପରିବାର ଏବେ ତାଲାବନ୍ଦ ଯୋଗୁଁ ଚିନ୍ତାରେ ।
କୋରୋନା ଉଜାଡ଼ି ଦେଇଛି ସେମାନଙ୍କର ଜୀବିକା । ଜିଲ୍ଲାର ଛେଣ୍ତିପଦା ବ୍ଲକର ରାଇଝରଣ ପଞ୍ଚାୟତର ଧୁବାମଳିହା ଗାଁରେ ରହୁଥିବା ପ୍ରାୟ ୧୩ଟି ପରିବାର ଏବେ ଦୁଃଖରେ । ଛତିଶଗଡରୁ ଆସି ଏହି ପରିବାର ୫ରୁ ୬ ବର୍ଷ ହେବ ଏଠାରେ ଆସି ରହୁଛନ୍ତି। ଜଙ୍ଗଲରୁ ଖଜୁରୀ ପତ୍ର ସଂଗ୍ରହ କରି ବିଭିନ୍ନ କିସମର ଝାଡୁ ତିଆରି କରି ଚାରିଆଡେ ବୁଲିବୁଲି ବିକ୍ରି କରି ସେଥିରୁ ଯାହା ମିଳୁଛି ସେତିକିରେ ସେମାନଙ୍କର ତେଲ ଲୁଣ ସଂସାର ଚାଲୁଥିଲା ।