ଓଡିଶା

odisha

ETV Bharat / state

କୋରୋନା ଭୟ: ହିଙ୍ଗୁଳା ଯାତ୍ରାକୁ ଆସିବେନି ଭକ୍ତ - ସାମାଜିକ ଦୂରତା ରକ୍ଷା କରି ପାରମ୍ପରିକ ବିଧିରେ କରାଯିବ ପୂଜା

ଏଥର ହିଙ୍ଗୁଳା ଯାତ୍ରାକୁ ଭକ୍ତମାନଙ୍କୁ ନ ଆସିବାକୁ ପ୍ରଶାସନର ନିର୍ଦ୍ଦେଶ ରହିଛି । କୋରୋନା ପାଇଁ ସାମାଜିକ ଦୂରତା ରକ୍ଷା କରି ପାରମ୍ପରିକ ବିଧିରେ କରାଯିବ ପୂଜା । ଅଧିକ ପଢନ୍ତୁ...

the devote can not come hingula jatra due to corona
କୋରୋନା ଭୟ: ହିଙ୍ଗୁଳା ଯାତ୍ରାକୁ ଆସିବେନି ଭକ୍ତ

By

Published : Apr 5, 2020, 6:13 PM IST

ଅନୁଗୋଳ: ଦିନକ ପରେ ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା' ହିଙ୍ଗୁଳାଙ୍କ ବାର୍ଷିକ ଯାତ୍ରା ଉତ୍ସଵ । ହେଲେ ଏଥର ଯାତ୍ରାକୁ ନ ଆସିବା ପାଇଁ ଭକ୍ତଙ୍କୁ ନିବେଦନ କରିଛି ପ୍ରଶାସନ । ହିଙ୍ଗୁଳାଙ୍କ ବାର୍ଷିକ ଯାତ୍ରା ନେଇ ତାଳଚେର ଉପଜିଲ୍ଲାପାଳଙ୍କ କାର୍ଯ୍ୟଳୟରେ ଆୟୋଜିତ ବୈଠକରେ ଏହି ଗୁରୁତ୍ବପୁର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ।

ମା' ହିଙ୍ଗୁଳାଙ୍କ ନବ ଦିନାତ୍ମକ ଯାତ୍ରା ୭ ତାରିଖରୁ ଆରମ୍ଭ ହେବାକୁ ଥିବାବେଳେ କୋରୋନା ଭୂତାଣୁର ସଂକ୍ରମଣକୁ ପ୍ରତିହତ କରିବା ଉଦ୍ଦେଶ୍ୟରେ ନିରାଡମ୍ବର ସହକାରେ ପାଳନ କରିବାକୁ ସ୍ଥିର ହୋଇଛି । ଯାତ୍ରାରେ କେବଳ ମା'ଙ୍କ ପୂଜକ ଓ ସେବାୟତ ଉପସ୍ଥିତ ରହିବେ । ସାମାଜିକ ଦୂରତା ରକ୍ଷା କରି ପାରମ୍ପରିକ ବିଧି ଅନୁଯାୟୀ ପୂଜା ସମ୍ପନ୍ନ କରାଯିବ ବୋଲି ପ୍ରଶାସନ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି ।

ଚଳିତ ବର୍ଷ ଶ୍ରଦ୍ଧାଳୁଙ୍କୁ ହିଙ୍ଗୁଳା ପୀଠକୁ ନ ଆସିବା ପାଇଁ ବାରଣ କରାଯାଇଛି । ଯାତ୍ରା ଦିନ ବିଭିନ୍ନ ଛକ ଓ ରାସ୍ତାରେ ବ୍ୟାପକ ପୋଲିସ ମୂତୟନ କରାଯିବ । ନିୟମ ଭଙ୍ଗ ନ କରି ଘରେ ସଙ୍ଗରୋଧ ହୋଇ ରହିବାକୁ ଉପଜିଲ୍ଲାପାଳ ଜନସାଧାରଣଙ୍କୁ ନିବେଦନ କରିଛନ୍ତି । ସମଗ୍ର ଦେଶ ଲକ୍‌ଡାଉନରେ ଥିବା ବେଳେ ଚଳିତ ବର୍ଷ ହିଙ୍ଗୁଳାଙ୍କ ପୀଠରେ କୌଣସି ଦୋକାନ ଓ ମୀନାବଜାର ଅନୁଷ୍ଠିତ ହେବ ନାହିଁ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details