ଅନୁଗୋଳ: ସହର ହେବ ସୌନ୍ଦର୍ଯ୍ୟମୟ । ତାହା ପୁଣି ଅବ୍ୟବହୃତ ସାମଗ୍ରୀରେ ତିଆରି ହୋଇଥିବା ବିଭିନ୍ନ ପ୍ରତିମୂର୍ତ୍ତିରେ । ସହରର ୧୮ଟି ସ୍ଥାନରେ ସ୍ଥାପନ କରାଯାଇଛି ଏଭଳି କିଛି ପ୍ରତିମୂର୍ତ୍ତି । ଏସବୁକୁ ଦେଖିଲେ, ଏହା ଅନାବନା ଜିନିଷରେ ତିଆରି ହୋଇଛି ବୋଲି କେହି ବି ଭାବିପାରିବେ ନାହିଁ । ଏବେଠାରୁ ଲୋକଙ୍କୁ ବେସ ଆକର୍ଷିତ କରୁଛି ଏହି ପ୍ରତିମୂର୍ତ୍ତି ।
ସୁନ୍ଦର ହେବ ଅନୁଗୋଳ ସହର । ସହରରେ ନିର୍ମାଣ ହେଉଛି ହେଲଥ୍ କରିଡର । ଟ୍ରାଫିକ ଛକ ଠାରୁ ଜଗନ୍ନାଥ ମନ୍ଦିର ଦେଇ ବିଜୁ ମୈଦାନ ପର୍ଯ୍ୟନ୍ତ ପ୍ରାୟ ୩ କିଲୋମୋଟର ରାସ୍ତା ପାର୍ଶ୍ଵ ଅଞ୍ଚଳକୁ ହେଲଥ କରିଡର ଭାବେ ନିର୍ମାଣ କରାଯାଉଛି । ଖାଲି ସେତିକି ନୁହଁ ପୁରା ଅଞ୍ଚଳରେ ଲଗାଯାଉଛି ବଡ଼ ବଡ଼ ପ୍ରତିକୃତି ମୂର୍ତ୍ତି ସବୁ । କେଉଁଠି ସୂର୍ଯ୍ୟ ନମସ୍କାର ତ ପୁଣି କେଉଠି ଜଷ୍ଟିସ ଲେଡିର ମୂର୍ତ୍ତି । ଏହା ସହ ଗ୍ଲୋବାଲ ୱାରମିଙ୍ଗ ଗଜରାଜ, ମୀନାର, ରୋବର୍ଟ, ଆଦି ଭଳିକି ଭଳି ମୂର୍ତ୍ତି ସ୍ଥାପନ କରାଯାଇଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ମୂର୍ତ୍ତି ସବୁ ପ୍ରସ୍ତୁତ ହୋଇଛି ଅବ୍ୟବହୃତ ଅନାବଶ୍ୟକୀୟ ଲୁହା ଓ ପ୍ଲାଷ୍ଟିକରୁ । ଯେଉଁ ଅଦରକାରୀ ଜିନିଷ ଏଠି ସେଠି ଗଦା ହୋଇ ପରିବେଶକୁ ନଷ୍ଠ କରିଥାନ୍ତା ତାହା ଏଠାରେ ସଠିକ ଭାବେ ବ୍ୟବହାର ହୋଇ ପାରିଛି । ସହରର ପରିବେଶକୁ ସ୍ୱଚ୍ଛ ରଖିବା ସହ ସୌନ୍ଦର୍ଯ୍ୟ ବଢ଼ାଇ ପାରିବ, ସେଥିପାଇଁ ପ୍ରଶାସନ ଏଭଳି ପଦକ୍ଷେପ ନିଆଯାଇଛି।