ଓଡିଶା

odisha

By

Published : Jan 15, 2021, 6:56 PM IST

Updated : Jan 15, 2021, 7:26 PM IST

ETV Bharat / state

ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ନିର୍ମାଣ ପାଇଁ ନିଧି ସଂଗ୍ରହ ଅଭିଯାନର ଶୁଭାରମ୍ଭ

ମଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ରଙ୍କ ଭବ୍ୟ ମନ୍ଦିରର ନିର୍ମାଣ ପାଇଁ ଏହି ଅର୍ଥଦାନ କରାଯିବ । 492 ବର୍ଷର ସଂଘର୍ଷ ପରେ ଅଯୋଧ୍ୟାରେ ନିର୍ମାଣ ହେବାକୁ ଯାଉଛି ଶ୍ରୀରାମଙ୍କ ଭବ୍ୟ ମନ୍ଦିର।

ଭବ୍ୟ ରାମ ମନ୍ଦିର ନିର୍ମାଣ ପାଇଁ ଅର୍ଥ ସଂଗ୍ରହ
ଭବ୍ୟ ରାମ ମନ୍ଦିର ନିର୍ମାଣ ପାଇଁ ଅର୍ଥ ସଂଗ୍ରହ

ବ୍ରହ୍ମଗିରି/ଅନୁଗୋଳ/ରାଇରଙ୍ଗଗପୁର: ଅଯୋଧ୍ୟାର ଶ୍ରୀରାମ ମନ୍ଦିର ନିର୍ମାଣ ନିମନ୍ତେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ନିଧି ସଂଗ୍ରହ ଅଭିଯାନ ଆଜିଠାରୁ ଆରମ୍ଭ ହୋଇଛି। ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ରଙ୍କ ଭବ୍ୟ ମନ୍ଦିରର ନିର୍ମାଣ ପାଇଁ ଏହି ଅର୍ଥଦାନ କରାଯିବ । 492 ବର୍ଷର ସଂଘର୍ଷ ପରେ ଅଯୋଧ୍ୟାରେ ନିର୍ମାଣ ହେବାକୁ ଯାଉଛି ଶ୍ରୀରାମଙ୍କ ଭବ୍ୟ ମନ୍ଦିର।

ଭାତୀୟ ସନାତନ ଧର୍ମରେ ଦାନର ଏକ ସ୍ବତନ୍ତ୍ର ବିଶେଷତ୍ବ ରହିଛି। ତେଣୁ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ରଙ୍କ ମନ୍ଦିର ଅଯୋଧ୍ୟାରେ ନିର୍ମାଣ ପାଇଁ ପ୍ରତ୍ୟେକ ଭାରତୀୟଙ୍କ ଶ୍ରମ ଓ ଅର୍ଥ ବିନିଯୋଗ ଉର୍ଦ୍ଦେଶ୍ୟରେ ବ୍ରହ୍ମଗିରି ଅଲାରନାଥ ମନ୍ଦିର ଠାରୁ ଏକ ଦାନରଥ ଶୁଭାରମ୍ଭ କରାଯାଇଛି। ତାହା ବ୍ରହ୍ମଗିରିର ପ୍ରତେକ ଲୋକଙ୍କ ପାଖରେ ପହଁଞ୍ଚିବ ବୋଲି ସୂଚନା ମିଳିଛି।

ଭବ୍ୟ ରାମ ମନ୍ଦିର ନିର୍ମାଣ ପାଇଁ ଅର୍ଥ ସଂଗ୍ରହ

ଅଯୋଧ୍ୟାର ଶ୍ରୀରାମ ମନ୍ଦିର ନିର୍ମାଣ ନିମନ୍ତେ ସେହିଭଳି ଅନୁଗୋଳରେ ନିଧି ସଂଗ୍ରହ ଅଭିଯାନ ଆଜିଠାରୁ ଆରମ୍ଭ ହୋଇଛି। ଶ୍ରୀରାମ ତୀର୍ଥକ୍ଷେତ୍ର ନ୍ୟାସ ଅନୁଗୋଳ ଜିଲ୍ଲା ଶାଖା ପକ୍ଷରୁ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ବିଶ୍ବ ହିନ୍ଦୁ ପରିଷଦ ଏଥିରେ ସମ୍ପୂର୍ଣ୍ଣ ସହଯୋଗ କରିଥିଲା । ସକାଳେ ସ୍ଥାନୀୟ ଶୈଳ ଶ୍ରୀକ୍ଷେତ୍ର ଠାରୁ ଏହି ଅଭିଯାନ ଆରମ୍ଭ କରାଯାଇ ଥିଲା। ପୌରାଞ୍ଚଳରେ ବିଭିନ୍ନ ୱାର୍ଡ ପରିକ୍ରମା କରି ରାମମନ୍ଦିର ନିର୍ମାଣ ପାଇଁ ଭକ୍ତମାନଙ୍କୁ ଆର୍ଥିକ ସହାୟତା ଦେବାକୁ ନିନେଦନ କରାଯାଇଛି।

ନିଧି ସଂଗ୍ରହ ପାଇଁ ଜିଲ୍ଲାର ସମସ୍ତ ୮ଟି ଯାକ ବ୍ଲକରେ ନିଧି ସଂଗ୍ରହ ଟିମ ଗଠନ କରାଯାଇଛି। ଏହି ଟିମ ଘର ଘର ବୁଲି କୂପନ ମାଧ୍ୟମରେ ଅର୍ଥ ସଂଗ୍ରହ କରିବାର ଯୋଜନା କରାଯାଇଛି। ଆସନ୍ତା ୩୧ତାରିଖ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଚାଲୁ ରହିବ। ଏହି କାର୍ଯ୍ୟକ୍ରମରେ ବହୁ ସାଧୁସନ୍ଥ ଯୋଗ ଦେଇଛନ୍ତି ।

ସେହିଭଳି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରରେ ମଧ୍ୟ ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ମନ୍ଦିର ନିର୍ମାଣ ପାଇଁ ନିଧି ସଂଗ୍ରହ ଅଭିଯାନର ଶୁଭାରମ୍ଭ କରାଯାଇଛି। ରାଇରଙ୍ଗପୁର ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ମନ୍ଦିର ନିର୍ମାଣ ପାଇଁ ନିଧି ସଂଗ୍ରହ ଅଭିଯାନର ଶୁଭାରମ୍ଭ ହୋଇଯାଇଛି ।

ନିଧି ସମର୍ପଣ ସମିତି ପକ୍ଷରୁ ନିଧି ସମ୍ପର୍କରେ ଆଲୋଚନା ସହ ସମର୍ପଣର ନିବେଦନ କରାଯାଇଥିବା ବେଳେ ଅନେକ ରାମଭକ୍ତ ଚେକ ମାଧ୍ୟମରେ ନିଧି ପ୍ରଦାନ କରିଛନ୍ତି । ପରିଶେଷରେ ରାଇରଙ୍ଗପୁର ସହର ସ୍ଥିତ ଜଗନ୍ନାଥ ମନ୍ଦିରରୁ ଏକ ବାଇକ ରାଲି ବାହାରି ସହର ପରିକ୍ରମା ପରେ ଜଗନ୍ନାଥଙ୍କ ମହାପ୍ରସାଦ ସେବନ କରାଯାଇଥିଲା।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ବ୍ରହ୍ମଗିରିରୁ ଦେବାଶିସ ଦାସ ଓ ରାୟରଙ୍ଗପୁରରୁ ସଞ୍ଜୟ କୁମାର ପରିଡାଙ୍କ ରିପୋର୍ଟ, ଇଟିଭି ଭାରତ

Last Updated : Jan 15, 2021, 7:26 PM IST

ABOUT THE AUTHOR

...view details