ଅନୁଗୋଳ:ରାଜ୍ୟ ସରକାରଙ୍କ ଅବହେଳାକୁ ନେଇ ଅନୁଗୋଳ ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚା ସଭାପତି ବିଜୟ ମାଝିଙ୍କ ନେତୃତ୍ୱରେ ବହୁ ସଂଖ୍ୟକ କର୍ମୀ ଅନୁଗୋଳ ଯୋଗାଣ ବିଭାଗ କାର୍ଯ୍ୟାଳୟକୁ ବନ୍ଦ କରିଥିଲେ । ରାଜ୍ୟ ସରକାର କେନ୍ଦ୍ର ଦେଉଥିବା ଚାଷୀଙ୍କ ଟଙ୍କାଙ୍କୁ ହଡପ କରୁଥିବା ନେଇ ଅଭିଯୋଗ ଆଣିଛନ୍ତି ।
ଏଭଳି ଅଭିଯୋଗରେ ପ୍ରତିବାଦ କରିଛି ଅନୁଗୋଳ ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚା । ମୋର୍ଚ୍ଚା ପକ୍ଷରୁ ପ୍ରତିବାଦରେ ଜିଲ୍ଲା ଯୋଗାଣ ବିଭାଗ କାର୍ଯ୍ୟାଳୟ ଘେରାଉ କରାଯାଇଛି । ଖାଲି ସେତିକି ନୁହେଁ କାର୍ଯ୍ୟାଳୟକୁ ତାଲା ପକାଇଥିଲେ କର୍ମୀ ମାନେ । କେନ୍ଦ୍ର ସରକାର ଚାଷୀ ମାନଙ୍କୁ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦେଉଥିଲେ ମଧ୍ୟ ରାଜ୍ୟ ସରକାର ଚାଷୀ ମାନଙ୍କୁ ସେସବୁ ଯୋଗାଇ ଦେଉ ନାହାନ୍ତି ବୋଲି ଦଳ ଅଭିଯୋଗ କରିଥିଲା ।