ଓଡିଶା

odisha

ETV Bharat / state

ଅନୁଗୋଳରେ ବିଦ୍ୟୁତ ଶୁଳ୍କ ବୃଦ୍ଧିକୁ ନେଜ ବିଜେପିର ପ୍ରତିବାଦ - Anugul District Bjp party

ଜିଲ୍ଲା ବିଜେପି ପକ୍ଷରୁ ବିଦ୍ୟୁତ ଦରବୃଦ୍ଧିକୁ ବିରୋଧ କରି ଟାଟା କମ୍ପାନୀର ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛି ବିଜେପି । ଅଧିକ ପଢନ୍ତୁ...

ଅନୁଗୋଳରେ ବିଦ୍ୟୁତ ଶୁଳ୍କ ବୃଦ୍ଧିକୁ ନେଜ ବିଜେପିର ପ୍ରତିବାଦ
ଅନୁଗୋଳରେ ବିଦ୍ୟୁତ ଶୁଳ୍କ ବୃଦ୍ଧିକୁ ନେଜ ବିଜେପିର ପ୍ରତିବାଦ

By

Published : Jul 19, 2021, 6:56 PM IST

ଅନୁଗୋଳ:ଅଘୋଷିତ ବିଦ୍ୟୁତ କାଟ ଓ ଲୋ ଭୋଲ୍ଟେଜକୁ ନେଇ ଇଲେକ୍ଟ୍ରି ଅଫିସକୁ ଘେରାଉ କରିଛି ଜିଲ୍ଲା ବିଜେପି । ସାରା ରାଜ୍ୟରେ ଅହେତୁକ ବିଦ୍ୟୁତ ଦର ବୃଦ୍ଧିକୁ ନେଇ ବିଜେପି ବିକ୍ଷୋଭ ପ୍ରଦର୍ଶନ ଜାରି ରଖିଥିବା ବେଳେ ସୋମବାର ଅନୁଗୋଳ ଜିଲ୍ଲା ନିର୍ବାହୀ ଯନ୍ତ୍ରୀ କାର୍ଯ୍ୟାଳୟକୁ ଘେରାଉ କରିବା ସହ ପ୍ରତିବାଦ ସଭା କରିଛି ବିଜେପି । ଏନେଇ ବିଜେପି କର୍ମୀମାନଙ୍କ ମଧ୍ୟରେ ଜିଲ୍ଲା ସଭାପତି ଡିଲେଶ୍ଵର ପ୍ରଧାନଙ୍କ ନେତୃତ୍ୱରେ ଅନୁଗୋଳ ବିଦ୍ୟୁତ ବିଭାଗ କାର୍ଯ୍ୟାଳୟ ଘେରାଉ କରାଯାଇଛି ।

ଅନୁଗୋଳରେ ବିଦ୍ୟୁତ ଶୁଳ୍କ ବୃଦ୍ଧିକୁ ନେଜ ବିଜେପିର ପ୍ରତିବାଦ

କୋରୋନା ମହାମାରୀ ସମୟରେ ଲକଡାଉନ ସଟଡାଉନ ପ୍ରଭାବରେ ଲୋକମାନଙ୍କ କର୍ମମୟ ଜୀବନର ମେରୁଦଣ୍ଡ ଭାଙ୍ଗି ଯାଇଥିବା ନେଇ ପ୍ରକାଶ କରିଛି ଦଳ । କେନ୍ଦ୍ର ସରକାରଙ୍କ ବିଦ୍ୟୁତ ଉତ୍ପାଦନ କମ୍ପାନୀ ଗୁଡିକ ଶହ ଶହ କୋଟି ଟଙ୍କାର ସବସିଡ ଦେଇ ରାଜ୍ୟ ସରକାରଙ୍କୁ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଇ ଦେଉଥିବା ବେଲେ ରାଜ୍ୟ ସରକାର ବିଦ୍ୟୁତ ଶୁକ୍ଳ ୟୁନିଟ ପିଛା ଦୁଇଟି କିସ୍ତିରେ ୫୦ ପଇସା ବୃଦ୍ଧି କରି ୯୨ ଲକ୍ଷ ଉପଭୋକ୍ତାଙ୍କୁ ଦୁର୍ଦ୍ଦିନ ଆଡକୁ ଠେଲି ଦେଉଛନ୍ତି ।

ସେପଟେ ପିଲାମାନଙ୍କ ଅନଲାଇନରେ ପାଠପଢା ଚାଲିଥିବା ବେଳେ ବାରମ୍ବାର ବିଦ୍ୟୁତକାଟ କରି ପିଲାମାନଙ୍କ ଭବିଷ୍ୟତକୁ ଅନ୍ଧାରକୁ ଠେଲି ଦେଉଛନ୍ତି ବୋଲି ବିଜେପି ଅଭିଯୋଗ କରିଛି । ଏନେଇ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ନିର୍ବାହୀ ଯନ୍ତ୍ରୀଙ୍କୁ ଏକ ସ୍ମାରକ ପତ୍ର ମଧ୍ୟ ପ୍ରଦାନ କରାଯାଇଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details