ଓଡିଶା

odisha

ETV Bharat / state

ଡିନାମାଇଟ ଫୁଟାଇ ମାଛ ଧରିବା ହେଲା କାଳ, ଯୁବକ ଗୁରୁତର

ନଦୀରେ ଡିନାମାଇଟ ଫୁଟାଇ ମାଛ ଧରିବା ହେଲା କାଳ। ଡିନାମାଇଟ ଫୁଟି ଜଣେ ଯୁବକ ଗୁରୁତର। ଘଟଣା ଘଟିଛି ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା ଅଞ୍ଚଳରେ।

By

Published : Mar 13, 2021, 10:23 AM IST

ମାଛ ଧରିବା ହେଲା କାଳ , ଯୁବକ ଗୁରୁତର
ମାଛ ଧରିବା ହେଲା କାଳ , ଯୁବକ ଗୁରୁତର

ଅନୁଗୋଳ: ଜିଲ୍ଲା ଛେଣ୍ଡିପଦା ଥାନା କମ୍ପସଲା ଗାଁ ନିକଟରେ ଥିବା ଟିକିରା ନଦୀରେ ମାଛ ଧରିବାକୁ ଯାଇଥିବା ବେଳେ ଘଟିଛି ଏହି ଦୁର୍ଘଟଣା । ଗୁରୁତର ଯୁବକ ଜଣଙ୍କ ହେଲ କମ୍ପସଲା ଗାଁର ପପୁନ ସହୁ । ସୂଚନା ଅନୁଯାୟୀ ପପୁନ ତାର ଅନ୍ୟ ୪ ଜଣ ସାଙ୍ଗ ମାନଙ୍କ ସହିତ ମିଶି ଡିନାମାଇଟ ସହାୟତାରେ ଟିକିରା ନଦୀକୁ ମାଛ ମାରିବାକୁ ଯାଇଥିଲେ । ତେବେ ସେଠାରେ ପପୁନ ହାତରେ ଡିନାମାଇଟ ଧରି ଫୁଟାଉଥିବା ବେଳେ ହଠାତ୍ ଏହା ଫୁଟି ଯାଇଥିଲା । ଯାହାଦ୍ବାରା ସେ ଦୁର୍ଘଟଣାଗ୍ରସ୍ତ ହୋଇଛନ୍ତି ।

ମାଛ ଧରିବା ହେଲା କାଳ , ଯୁବକ ଗୁରୁତର

ଏହି ଦୁର୍ଘଟଣାରେ ପପୁନଙ୍କ ଡାହାଣ ହାତ ପାପୁଲି ଛିଣ୍ଡି ଯାଇଥିବା ବେଳେ, ଡାହାଣ ଆଖିଟି ନଷ୍ଟ ହୋଇ ଯାଇଛି । ଏହା ସହିତ ମୁହଁରେ ଓ ଛାତିରେ ମଧ୍ୟ ଗଭୀର ଆଘାତ ଲାଗିଛି । ଖବର ପାଇ ପରିବାର ଓ ସ୍ଥ‍ାନୀୟ ଲୋକମାନେ ଘଟଣା ସ୍ଥଳରୁ ଗୁରୁତର ପପୁନଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ଛେଣ୍ଡିପଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ ।

ତେବେ ସେଠାରେ ତାଙ୍କର ଅବସ୍ଥା ଗୁରୁତର ହେବାରୁ ପ୍ରାଥମିକ ଚିକିତ୍ସା ପରେ ଜିଲ୍ଲା ମୁଖ୍ୟ ଚିକତ୍ସାଳୟକୁ ପଠାଇ ଦିଆଯାଇଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details