ଓଡିଶା

odisha

ETV Bharat / state

ନାଲକୋରେ କାର୍ଯ୍ୟରତ ଠିକା ମହିଳା ଶ୍ରମିକଙ୍କ ମୃତ୍ୟୁ - Nalco workers death in anugul

ନାଲକୋରେ କାର୍ଯ୍ୟରତ ଠିକା ମହିଳା ଶ୍ରମିକଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା । ତେବେ ନାଲକୋ ଓ ସଂପୃକ୍ତ ଠିକା ସଂସ୍ଥା ପକ୍ଷରୁ ମୃତକ ପରିବାରକୁ 15ଲକ୍ଷ ଟଙ୍କା ଓ ପରିବାରର ଜଣଙ୍କୁ ନିଯୁକ୍ତି ଦାବିରେ ବିଭିନ୍ନ ଶ୍ରମିକ ସଂଗଠନ ମୃତଦେହକୁ ଡାକ୍ତରଖାନାରେ ରଖି ଆନ୍ଦୋଳନ କରୁଛନ୍ତି । ଅଧିକ ପଢନ୍ତୁ...

Nalco workers death in anugul
ମହିଳା ଶ୍ରମିକଙ୍କ ମୃତ୍ୟୁ

By

Published : Feb 21, 2020, 6:32 PM IST

ଅନୁଗୋଳ: ଜିଲ୍ଲା ନାଲକୋ ପ୍ଲାଣ୍ଟରେ କାର୍ଯ୍ୟରତ ଜଣେ ମହିଳା ଠିକା ଶ୍ରମିକଙ୍କ ମୃତ୍ୟୁ ନେଇ ଉତେଜନା । ମୃତ ମହିଳା ଜଣକ ହେଲେ ତୁଳସୀ ମୁର୍ମୁ । ତାଙ୍କ ଘର ମୟୂରଭଞ୍ଜର ଟିଆକାଟି ଗାଁରେ ବୋଲି ଜଣାପଡିଛି । ସେ ନିଜ ପରିବାର ସହ ନାଲକୋ ହଟିଙ୍ଗରେ ରହି ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ । ତେବେ ଶୁକ୍ରବାର ନାଲକୋ କଲୋନୀରେ ଘର ମରାମତି କାମ କରୁଥିବା ବେଳେ ହଠାତ ଅସୁସ୍ଥ ହୋଇ ପଡ଼ିଥିଲେ । ତାଙ୍କୁ ନାଲକୋ ଡାକ୍ତରଖାନାକୁ ନିଆଯାଇଥିଲା । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ମହିଳା ଶ୍ରମିକଙ୍କ ମୃତ୍ୟୁ

ନାଲକୋ ଓ ସଂପୃକ୍ତ ଠିକା ସଂସ୍ଥା ପକ୍ଷରୁ ମୃତକ ପରିବାରକୁ 15ଲକ୍ଷ ଟଙ୍କା ଓ ପରିବାରର ଜଣଙ୍କୁ ନିଯୁକ୍ତି ଦାବିରେ ବିଭିନ୍ନ ଶ୍ରମିକ ସଂଗଠନ ମୃତଦେହକୁ ଡାକ୍ତରଖାନାରେ ରଖି ଆନ୍ଦୋଳନ କରୁଛନ୍ତି । ତେବେ ଏ ପର୍ଯ୍ୟନ୍ତ କୌଣସି ସମାଧାନର ବାଟ ବାହାରି ପାରି ନାହିଁ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details