ଅନୁଗୋଳ:ନାଲକୋର ନିର୍ଦ୍ଦେଶନାମାକୁ ମାନୁନାହାନ୍ତି ସୁରକ୍ଷା ଦାୟିତ୍ୱରେ ଥିବା CISF ଯବାନ । ଯାହାକୁ ନେଇ ଶ୍ରମିକ ଏବଂ ସୁରକ୍ଷା କର୍ମୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି । ଫଳରେ ନାଲକୋର CPP ପ୍ଲାଣ୍ଟରେ ହଟ୍ଟଗୋଳ ଦେଖିବାକୁ ଦେଖିବାକୁ ମିଳିଛି ।
ଶ୍ରମିକଙ୍କ ଅଭିଯୋଗ ଅନୁଯାୟୀ, ସକାଳ ୮ ଘଟିକା ସମୟରେ ପ୍ଲାଣ୍ଟ ପ୍ରବେଶ ପଥ ଖୋଲାଯିବା କଥା । ନିର୍ଦ୍ଧାରିତ ସମୟ ଠାରୁ ପୂର୍ବରୁ ଅଧା ଘଣ୍ଟା ଓ ପରେ ଅଧା ଘଣ୍ଟା ପ୍ରବେଶ ଦ୍ୱାର ଖୋଲା ରହିବାକୁ ନାଲକୋ କର୍ତ୍ତୁପକ୍ଷଙ୍କ ନିର୍ଦ୍ଦେଶ ଥିଲେ ମଧ୍ୟ ସୁରକ୍ଷା କର୍ମୀ (CISF ) ନିର୍ଦ୍ଦେଶକୁ ବେଖାତିର କରି ବିଭିନ୍ନ ସମୟରେ ଶ୍ରମିକ ମାନଙ୍କୁ ହଇରାଣ ହରକତ କରୁଛନ୍ତି । ଏହା ବିରୋଧରେ ବାରମ୍ବାର ନାଲକୋ ପ୍ରଶାସନକୁ ବିଭିନ୍ନ ସମୟରେ ଅବଗତ କରେଇ ଥିଲେ ମଧ୍ୟ କଥାକୁ ଖାମଖିଆଲି ମନୋଭାବ ନେଇଥିଲେ ।