ଓଡିଶା

odisha

ETV Bharat / state

ମଦ ପିଇ ଶିକ୍ଷକଙ୍କ ଉନ୍ମତ କାଣ୍ଡ, ପୋଲିସରେ ଜିମା ଦେଲେ ଲୋକେ - chandipada andharikata school

ଭଲ ମଣିଷ ହେବା ସହ ଚରିତ୍ର ଗଠନ ପାଇଁ ଶିକ୍ଷକ ସର୍ବଦା ଶିକ୍ଷା ଦେଇଥାନ୍ତି । କିନ୍ତୁ ପିଲାଙ୍କର ଭବିଷ୍ୟତ ଗଢୁଥିବା ଶିକ୍ଷକ ଯଦି ବାଟବଣା ହୁଅନ୍ତି ତେବେ କଥା ସରିଲା । ଅଧିକ ପଢନ୍ତୁ..

teacher
ଫଟୋ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

By

Published : Dec 18, 2019, 12:32 PM IST

ଅନୁଗୋଳ: ଶିକ୍ଷକଙ୍କ ଉନ୍ମତ କାଣ୍ଡ । ମାତାଲ ହୋଇ ସ୍କୁଲରେ ସୃଷ୍ଟି କଲେ ବିଶୃଙ୍ଖଳା । ଶିକ୍ଷକଙ୍କୁ କାବୁ କରି ପୋଲିସର ଜିମା ଦେଲେ ଲୋକେ । ଏଭଳି ସ୍ଥିତି ଦେଖିବାକୁ ମିଳିଛି ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଅଞ୍ଚଳରେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ସୂଚନାମୁତାବକ, ବ୍ଲକର ଅନ୍ଧାରିକଟା ପ୍ରାଥମିକ ବିଦ୍ୟାଳୟରର ଶିକ୍ଷକ ବିଭୂତି ଭୂଷଣ ବେହେରା । ମଙ୍ଗଳବାର ବିଭୂତି ଅପରାହ୍ନ ସମୟରେ ହଠାତ ସ୍କୁଲକୁ ମଦ ପିଇ ଆସି ପାଟିତୁଣ୍ଡ କରିବା ସହ ପିଲାମାନଙ୍କୁ ମାଡ ପିଟି କରିଥିଲେ ।

ଏହାକୁ ସାଥୀ ଶିକ୍ଷକ ବାରଣ କରିବାରୁ ତାଙ୍କୁ ମଧ୍ୟ ଗାଳି ଗୁଲଜ କରିବା ସହ ମାଡ ମାରିବାକୁ ପଛାଇ ନଥିଲେ । ପରିସ୍ଥିତି ଅଣାୟତ୍ତ ହେବାରୁ ପୋଲିସ ପହଞ୍ଚି ମାତାଲ ଶିକ୍ଷକଙ୍କୁ ଥାନାକୁ ଆଣିଥିଲା । ପୋଲିସ ଶିକ୍ଷକଙ୍କୁ ଥାନାରେ ଅଟକ ରଖିବା ପରେ ଏବେ ଛାଡି ଦେଇଛି ।

ଅନୁଗୋଳରୁ ସଂଗ୍ରାମ ରଂଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details