ଓଡିଶା

odisha

ETV Bharat / state

କାର୍ଯ୍ୟକ୍ଷମ ହେବ ତାଳଚେର ଥର୍ମାଲ ପାୱାର ଷ୍ଟେସନ, ସୂଚନା ଦେଲେ NTPCର CGM

କାର୍ଯ୍ୟକ୍ଷମ ହେବ ତାଳଚେର ଥର୍ମାଲ ପାୱାର ଷ୍ଟେସନ । ତାଳଚେର ଥର୍ମାଲ ପାୱାର ଷ୍ଟେସନ(ଟିଟିପିଏସ) ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ଆସନ୍ତା ସେପ୍ଟେମ୍ବର ୨୦୨୬ସୁଦ୍ଧା ପ୍ଲାଣ୍ଟର ଗୋଟିଏ ୟୁନିଟରୁ ବିଦ୍ୟୁତ ଉତ୍ପାଦନ ଆରମ୍ଭ ହେବ । ଅଧିକ ପଢନ୍ତୁ

କାର୍ଯ୍ୟକ୍ଷମ ହେବ ତାଳଚେର ଥର୍ମାଲ ପାୱାର ପ୍ଲାଣ୍ଟ
କାର୍ଯ୍ୟକ୍ଷମ ହେବ ତାଳଚେର ଥର୍ମାଲ ପାୱାର ପ୍ଲାଣ୍ଟ

By

Published : Oct 16, 2022, 7:22 PM IST

ଅନୁଗୋଳ:କାର୍ଯ୍ୟକ୍ଷମ ହେବ ତାଳଚେର ଥର୍ମାଲ ପାୱାର ଷ୍ଟେସନ (TTPS) । ଏନେଇ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବା ସୂଚନା ଦେଇଛନ୍ତି ମୁଖ୍ୟ ମହାପ୍ରବନ୍ଧକ ଗୌତମ ଦେବ। ଆସନ୍ତା ସେପ୍ଟେମ୍ବର ୨୦୨୬ସୁଦ୍ଧା ପ୍ଲାଣ୍ଟର ଗୋଟିଏ ୟୁନିଟରୁ ବିଦ୍ୟୁତ ଉତ୍ପାଦନ ଆରମ୍ଭ ହେବ । ଏବଂ ଏହାର ଠିକ ୪ମାସ ପରେ ଆଉ ଗୋଟିଏ ୟୁନିଟରୁ ବିଦ୍ୟୁତ ଉତ୍ପାଦନ ହେବ ବୋଲି ନୂତନ ଭାବେ ଦାୟିତ୍ୱ ନେଇଥିବା ମୁଖ୍ୟ ମହାପ୍ରବନ୍ଧକ ଗୌତମ ଦେବ(NTPC Chief General Manager Gautam Dev) ସୂଚନା ଦେଇଛନ୍ତି ।

କାର୍ଯ୍ୟକ୍ଷମ ହେବ ତାଳଚେର ଥର୍ମାଲ ପାୱାର ପ୍ଲାଣ୍ଟ

ତାଳଚେର ଥର୍ମାଲ ପାୱାର ଷ୍ଟେସନ ବନ୍ଦ ହୋଇଯିବା ପରେ ସେଠାରେ ପୁଣି ଥରେ ନୂତନ ପ୍ଲାଣ୍ଟ ନିର୍ମାଣ ହେବ କି ନାହିଁ ସେନେଇ ସ୍ଥାନୀୟ ଜନସାଧାରଣ ଏବଂ କାମ କରୁଥିବା ଶତାଧିକ ଅସ୍ଥାୟୀ କର୍ମଚାରୀ ମାନଙ୍କ ମଧ୍ୟରେ ସନ୍ଦେହ ଥିଲା । ବନ୍ଦ ପ୍ଲାଣ୍ଟକୁ ଚଳାଇବାକୁ ଦାବି କରି ବହୁବାର ଆନ୍ଦୋଳନ ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ବହୁ ବାଦବିବାଦ ପରେ କେନ୍ଦ୍ର ସରକାର ସେଠାରେ ୧୩୫୦ ମେଗାୱାଟ କ୍ଷମତା ବିଶିଷ୍ଟ ନୂତନ ପ୍ଲାଣ୍ଟ ନିର୍ମାଣ କରିବାକୁ ୧୧ହଜାର ୮୮୪କୋଟି ଟଙ୍କା ମଞ୍ଜୁରୀ ଦେଇଥିଲେ । ଏହାପରେ ସେଠାରେ ୬୨୦ ମେଗାୱାଟ କ୍ଷମତା ବିଶିଷ୍ଟ ଦୁଇଟି ୟୁନିଟ ନିର୍ମାଣ କରାଯିବା ନେଇ କାର୍ଯ୍ୟ ଆରମ୍ଭ ହୋଇଛି ।

ନିର୍ମାଣ ଶେଷ ହେବାକୁ ୪୮ମାସ ସମୟସୀମା ଧାର୍ଯ୍ୟ କରାଯାଇଛି । ତେଣୁ ପ୍ଲାଣ୍ଟ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ଯାଇଛି । ଏଠାରେ ବିଭିନ୍ନ ବିଭାଗର ୬ଜଣ ମହା ପ୍ରବନ୍ଧକଙ୍କୁ ନିଯୁକ୍ତି ଦିଆ ଯାଇଛି । ସ୍ଥାନୀୟ ଅଧିବାସୀଙ୍କ ସହଯୋଗ ମିଳିଲେ ଧାର୍ଯ୍ୟ ସମୟ ମଧ୍ୟରେ ନିଶ୍ଚିତ ଭାବେ ପ୍ଲାଣ୍ଟ ନିର୍ମାଣ କାର୍ଯ୍ୟ ଶେଷ ହୋଇ ପାରିବ ବୋଲି ଚିଫ ଜେନେରାଲ ମ୍ୟାନେଜର ସୂଚନା ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ-ମହାପ୍ରଭୁଙ୍କୁ ଦର୍ଶନ କଲେ 5ଟି ସଚିବ

ଗତ ୨୦୨୧ ମାର୍ଚ୍ଚ ମାସରେ ତାଳଚେର ଥର୍ମାଲ ପାୱାର ଷ୍ଟେସନ ବନ୍ଦ ହୋଇଥିବା ନେଇ ସୂଚନା ମିଳିଥିଲା । ପରିବେଶ ମଞ୍ଜୁରୀ ଶେଷ ହେଉଥିବାରୁ ପ୍ଲାଣ୍ଟ ବନ୍ଦ ହେବା ନେଇ ପୂର୍ବରୁ ନିଷ୍ପତ୍ତି ନିଆଯାଇଥିଲା । ଏନଟିପିସି ପରିଚାଳନାଧୀନ ଟିଟିପିଏସ କମ୍ପାନୀରୁ 420 ମେଗାୱାଟ ବିଜୁଳି ଉତ୍ପାଦିତ ହେଉଥିଲା । ପ୍ଲାଣ୍ଟ ବନ୍ଦକୁ ବିରୋଧ କରି ମଧ୍ୟ ଜିଲ୍ଲାରେ ଆନ୍ଦୋଳନ ହୋଇଥିଲା । ତାଳଚେର ତାପଜ ବିଦ୍ୟୁତ୍‌ କେନ୍ଦ୍ର ହେଉଛି ଦେଶର ଅନ୍ୟତମ ସର୍ବପୁରାତନ ତାପଜ ବିଦ୍ୟୁତ୍‌ କେନ୍ଦ୍ର । ଓଡ଼ିଶା ସରକାରଙ୍କ ଦ୍ୱାରା ସ୍ଥାପିତ ଏହି ତାପଜ ବିଦ୍ୟୁତ୍‌ କେନ୍ଦ୍ରର ଷ୍ଟେଜ୍‌-୧ (୨୪୦ ଏମ୍‌ଡବ୍ଲୁ) ୧୯୬୮ରେ ଏବଂ ୧୯୮୨ରେ ଷ୍ଟେଜ୍‌-୨ (୨୨୦ଏମ୍‌ଡବ୍ଲୁ) ଚାଲୁ ହୋଇଥିଲା । ପରେ ୧୯୯୫ରେ ଏହା ଏନ୍‌ଟିପିସି ଅଧୀନକୁ ଚାଲିଯାଇଥିଲା । ୨୦୧୦ରେ ଏହି କେନ୍ଦ୍ରର ସାମର୍ଥ୍ୟ ସମ୍ପ୍ରସାରଣ ପାଇଁ ଏନ୍‌ଟିପିସି ପ୍ରସ୍ତାବ ଦେଇ ୬୬୦ ମେଗାଓ୍ଵାଟ୍‌ ବିଶିଷ୍ଟ ଦୁଇଟି ୟୁନିଟ୍‌ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଥିଲା । ୬୬୦ ମେଗାଓ୍ଵାଟ୍‌ ଲାଗି ରାଜ୍ୟ ପରିକଳ୍ପିତ ଏଜେନ୍‌ସି ଗ୍ରିଡ୍‌କୋ ଲିମିଟେଡ୍‌ ୨୦୧୦ ଡିସେମ୍ବରରେ ପାଓ୍ଵାର୍‌ ପର୍ଚେଜ୍‌ ଏଗ୍ରିମଣ୍ଟେ୍‌ ସ୍ୱାକ୍ଷରିତ ହୋଇଥିଲା ।

ଇଟିଭି ଭାରତ, ଅନୁଗୋଳ

ABOUT THE AUTHOR

...view details