ଅନୁଗୋଳ: ଛାତ୍ରୀଙ୍କ ଆଗକୁ ନେବା ପାଇଁ ପ୍ରୟାସ ଆରମ୍ଭ କରିଛି ତାଳଚେର ଥର୍ମାଲ ପାୱାର ଷ୍ଟେସନ । ସେମାନଙ୍କର ଶିକ୍ଷାଠାରୁ ଆରମ୍ଭ କରି କିଭଳି ବୌଦ୍ଧିକ ଜ୍ଞାନର ବିକାଶ କରାଯାଇ ପାରିବ ସେନେଇ କମ୍ପାନୀ ପକ୍ଷରୁ ଚାରି ସପ୍ତାହ ବ୍ୟାପୀ ଏକ ପ୍ରଶିକ୍ଷଣ ଶିବିରର ଆୟୋଜନ କରାଯାଇଛି ।
NTPCର Talcher Thermal Power Station ପକ୍ଷରୁ କେବଳ ବାଳିକାଙ୍କୁ ସଶକ୍ତିକରଣ ମିଶନ କାର୍ଯ୍ୟକ୍ରମରେ ସାମିଲ କରାଯାଇଛି । ଏହି ଶିବିରକୁ ଉଦଘାଟନ କରିଛନ୍ତି ତାଳଚେର ଥର୍ମାଲର ନିର୍ବାହୀ ନିର୍ଦ୍ଦେଶକ K.S Rao । ଥର୍ମାଲରେ ଥିବା DAV Public School ପରିସରରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଗତକାଲି(ଶନିବାର) ଠାରୁ ଆୟୋଜିତ ଏହି କାର୍ଯ୍ୟକ୍ରମ 16.6.2022 ପର୍ଯ୍ୟନ୍ତ ଚାଲିବ । ଏହି କାର୍ଯ୍ୟକ୍ରମରେ ତାଳଚେର ଥର୍ମାଲ ପାରିପାର୍ଶ୍ବିକ ସରକାରୀ ବିଦ୍ୟାଳୟର ଷଷ୍ଠ ଶ୍ରେଣୀରେ ପଢୁଥିବା 120 ଜଣ ବାଳିକାଙ୍କୁ ଚାରି ସପ୍ତାହର କର୍ମଶାଳାରେ ସେମାନଙ୍କର ଶାରୀରିକ ଓ ମାନସିକ ଅଭିବୃଦ୍ଧିରେ ସହାୟକ ହେଲାଭଳି ଅନେକ କାର୍ଯ୍ୟକ୍ରମ ଗ୍ରହଣ କରାଯାଏ ।