ଓଡିଶା

odisha

ETV Bharat / state

ଥର୍ମାଲ ପାୱାର ପ୍ଲାଣ୍ଟ ବନ୍ଦ ହେବା ଆଶଙ୍କା, ଆନ୍ଦୋଳନ ଧମକ ଦେଲେ ଶ୍ରମିକ ସଂଗଠନ - ତାଳଚେର ଥର୍ମାଲ ପାୱାର ଷ୍ଟେସନ ବନ୍ଦ

ତାଳଚେର ଥର୍ମାଲ ପାୱାର ଷ୍ଟେସନ ବନ୍ଦ ଆଶଙ୍କାକୁ ନେଇ ଶ୍ରମିକ ସଂଗଠନ ପକ୍ଷରୁ ତୀବ୍ର ବିରୋଧ କରାଯାଇଛି। ନୂଆ ପ୍ଲାଣ୍ଟ ନ ହେବା ଯାଏଁ ପୁରୁଣା ପ୍ଲାଣ୍ଟ ଚାଲୁ ରଖିବାକୁ ଦାବି କରିଛନ୍ତି ଶ୍ରମିକ । ଅଧିକ ପଢ଼ନ୍ତୁ...

talcher Thermal power plants are likely to be shut down, angul labour union threatened to strike
ଥର୍ମାଲ ପାୱାର ପ୍ଲାଣ୍ଟ ବନ୍ଦ ହେବା ଆଶଙ୍କା, ଆନ୍ଦୋଳନ ଧମକ ଦେଲେ ଶ୍ରମିକ ସଂଗଠନ

By

Published : Dec 17, 2020, 9:46 PM IST

ଅନୁଗୋଳ:ତାଳଚେର ଥର୍ମାଲ ପାୱାର ଷ୍ଟେସନ ବନ୍ଦ ଆଶଙ୍କାକୁ ନେଇ ଶ୍ରମିକ ସଂଗଠନ ପକ୍ଷରୁ ତୀବ୍ର ବିରୋଧ କରାଯାଇଛି। ନୂଆ ପ୍ଲାଣ୍ଟ ନ ହେବା ଯାଏଁ ପୁରୁଣା ପ୍ଲାଣ୍ଟ ଚାଲୁ ରଖିବାକୁ ଦାବି କରିଛନ୍ତି ଶ୍ରମିକ । ଏହି ନିଷ୍ପତ୍ତିକୁ ପ୍ରତ୍ୟାହାର ନକଲେ ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି ସମସ୍ତ କାର୍ଯ୍ୟାଳୟରେ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି ଶ୍ରମିକ ସଂଗଠନ।

ଥର୍ମାଲ ପାୱାର ପ୍ଲାଣ୍ଟ ବନ୍ଦ ହେବା ଆଶଙ୍କା, ଆନ୍ଦୋଳନ ଧମକ ଦେଲେ ଶ୍ରମିକ ସଂଗଠନ

ଡିସେମ୍ବର 31 ତାରିଖରେ ଅନୁଗୋଳ ଜିଲ୍ଲା ତାଳଚେର ଥର୍ମାଲ ପାୱାର ପ୍ଲାଣ୍ଟର ପ୍ରଦୂଷଣ ପ୍ରମାଣ ପତ୍ର ଶେଷ ହେବାକୁ ଯାଉଛି। ଏହାପରେ ଏହି ପ୍ଲାଣ୍ଟ ବନ୍ଦ ହେବା ନେଇ ଆଶଙ୍କା କରାଯାଉଛି। ଏହାକୁ ନେଇ ବିଭିନ୍ନ ଶ୍ରମିକ ସଂଗଠନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଥର୍ମାଲ ପାୱାର ପ୍ଲାଣ୍ଟ ବନ୍ଦ ହେବାକୁ ନେଇ ଶ୍ରମିକ ସଂଗଠନ ବ୍ୟାପକ ଆନ୍ଦୋଳନ କରିବାକୁ ସଜବାଜ ହେଉଛନ୍ତି। ଏନେଇ ଆଇଏନଟିୟୁସି(intuc)ର ରାଜ୍ୟ ସଭାପତି ରାମଚନ୍ଦ୍ର ଖୁଣ୍ଟିଆ ଏକ ପ୍ରେସମିଟ କରି ଏହି ସୂଚନା ଦେଇଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ସିଆଇଟିୟୁ, ବିଏମଏସ ସମେତ ବହୁ ଶ୍ରମିକ ସଂଗଠନ କର୍ମକର୍ତା ଯୋଗ ଦେଇଥିଲେ।

କୌଣସି ପରିସ୍ଥିତିରେ ମଧ୍ୟ ଟିଟିପିଏସ ବନ୍ଦ ହେବାକୁ ଦିଆଯିବ ନାହିଁ । ଏହି କାରଖାନା ବନ୍ଦ ହେଲେ ହଜାର ହଜାର ପରିବାର ବେରୋଜଗାର ହୋଇଯିବେ। ଭୋକ ଉପାସରେ ମରିବେ। ତେଣୁ ସରକାର ବନ୍ଦ ନିଷ୍ପତ୍ତି ଉପରେ ପୁନଃର୍ବିଚାର କରି ନୂଆ ପ୍ଲାଣ୍ଟ ହେବା ପର୍ଯ୍ୟନ୍ତ ଚାଲୁ ରଖିବାକୁ ଚାପ ପ୍ରୟୋଗ କରାଯିବ ବୋଲି କହିଛନ୍ତି ରାମଚନ୍ଦ୍ର ଖୁଣ୍ଟିଆ।

ତାଳଚେର ପ୍ଲାଣ୍ଟ ବନ୍ଦ ବିରୋଧରେ ସବୁ ଶ୍ରମିକ ସଂଗଠନ ଗୁଡ଼ିକ ସହ ଆଲୋଚନା କରାଯିବ। ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ବନ୍ଦ ନିଷ୍ପତ୍ତି ପ୍ରତ୍ୟାହାର କରିବାକୁ ଦାବି କରାଯିବ। ଆସନ୍ତା ୧୫ ଦିନ ଭିତରେ ସରକାର କୌଣସି ନିଷ୍ପତ୍ତି ନନେଲେ ଆଗାମୀ ଜାନୁଆରୀ ୫ ତାରିଖ ଠାରୁ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛି ଶ୍ରମିକ ସଂଗଠନ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details