ଅନୁଗୋଳ: ଦିବ୍ୟାଙ୍ଗ ଚିହ୍ନଟ ପାଇଁ ତାଳଚେର ବିଧାୟକଙ୍କ ପ୍ରୟାସ । ନିଜ ଅଞ୍ଚଳର ଦିବ୍ୟାଙ୍ଗଙ୍କୁ ଚିହ୍ନଟ କରି ସେମାନଙ୍କୁ ସରକାରୀ ସହାୟତା ଦେବାକୁ ଏକ ଶିବିର ଅନୁଷ୍ଠିତ ହୋଇଛି । ତାଳଚେର ବ୍ଲକ ଏବଂ ପୌର ପରିଷଦରେ ପଞ୍ଜିକୃତ ହୋଇଥିବା ଦିବ୍ୟାଙ୍ଗ ପାଇଁ ସରକାରୀଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ତରଫରୁ ଏହି ଶିବିର କରାଯାଇଛି ।
ଏହି ଶିବିରକୁ ବିଧାୟକ ବ୍ରଜ କିଶୋର ପ୍ରଧାନ ପ୍ରଦୀପ ପ୍ରଜ୍ଜଳନ କରି ଉଦଘାଟନ କରିଥିଲେ । ସରକାରଙ୍କ ତରଫରୁ ଦିବ୍ୟାଙ୍ଗୁ ଯୋଗାଇ ଦିଆଯାଉଥିବା ବିଭିନ୍ନ ସୁବିଧା ଉପରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ ତାଳଚେର ବ୍ଲକ ଅଧ୍ୟକ୍ଷ ବୃନ୍ଦାବନ ବେହେରା, ଉପଜିଲ୍ଲାପାଳ, ବିଡିଓ, ତହସିଲଦାର, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଅଶୋକ କୁମାର ନାୟକ ପ୍ରମୁଖ ଶିବିରରେ ଉପସ୍ଥିତ ଥିଲେ l