ଅନୁଗୋଳ: ଚାଷୀ ହିଁ ସମ୍ବାଳିବେ ଦେଶର ମେରୁଦଣ୍ଡ । କୋରୋନା ମୁକାବିଲା ପାଇଁ ସମସ୍ତେ ତାଲା ବନ୍ଦୀରେ ରହି ଲଢେଇ ଲଢୁଥିବା ବେଳେ ସମସ୍ତଙ୍କୁ ଖାଦ୍ୟ ଯୋଗାଇବା ଲକ୍ଷ୍ୟରେ ଚାଷୀ । ଏଥିପାଇଁ ରବିବାର ଅକ୍ଷୟ ତୃତୀୟା ଅବସରରେ ବିଭିନ୍ନ ସ୍ଥାନର ଚାଷୀ କରିଛି ବିହନ ଅନୁକୂଳ । ଏହି ଅବସରରେ ଚାଷୀଙ୍କ ମନୋବଳ ଦୃଢ କରିବାକୁ ଅନୁଗୋଳ ଜିଲ୍ଲା ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ଚାଷୀଙ୍କ ସହ ମିଶି ଅଖି ମୁଠି ଅନୁକୂଳ କରିଛନ୍ତି ।
ଚାଷୀର ମନୋବଳ ବଢାଇବାକୁ ଅଖି ମୁଠି ଅନୁକୂଳ କଲେ ବିଧାୟକ - ଅନୁଗୋଳ ଖବର
ସାରା ଦେଶ କୋରୋନା ସହ ତାଲା ବନ୍ଦରେ ରହି ଲଢେଇ କରୁଥିବା ବେଳେ ଦେଶକୁ ଖାଦ୍ୟ ଯୋଗାଇବାକୁ ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଅଖିମୁଠି ଅନୁକୂଳ କରିଛି ଚାଷୀ । ଏହି ସମୟରେ ଚାଷୀଙ୍କ ମନୋବଳ ବଢାଇବାକୁ ତାଳଚେର ବିଧାୟକ ବିଧି ଅନୁସାରେ ଚାଷ କ୍ଷେତରେ ପୂଜା କରି ଧାନ ବୁଣିବା ସହ ହଳ ମଧ୍ୟ କରିଛନ୍ତି ।
ଚାଷୀର ମନୋବଳ ବଢାଇବାକୁ ଅଖି ମୁଠି ଅନୁକୂଳ କଲେ ବିଧାୟକ
ସାମାଜିକ ଦୂରତା ରଖି ବିଧି ଅନୁସାରେ ଚାଷ କ୍ଷେତରେ ପୂଜା କରି ଧାନ ବୁଣିବା ସହ ହଳ ମଧ୍ୟ କରିଛନ୍ତି ବିଧାୟକ । ତେବେ ସାରା ଦେଶ ଏକ ଘଡି ସନ୍ଧି ମୁହୂର୍ତ୍ତ ଦେଇ ଗତି କରୁଥିବା ବେଳେ ଚାଷୀଙ୍କ ମନୋବଳ ଦୃଢ କରିବାକୁ ସେ ଏହି ପ୍ରୟାସ କରିଛନ୍ତି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ
Last Updated : Apr 27, 2020, 12:37 AM IST