ଅନୁଗୋଳ: ତାଳଚେରରେ ଦେଶର ପ୍ରଥମ କୋଇଲା ଗ୍ୟାସରୁ ଅମୋନିଆ ୟୁରିଆ ଉତ୍ପାଦନ ପ୍ଲାଣ୍ଟ ଏବେ ଦ୍ରୁତ ଗତିରେ ଆଗେଇ ଚାଲିବ। କୋରୋନା କଟକଣା ଏବଂ ଚାଇନା ଭାରତ ବିବାଦ ମଧ୍ୟରେ ପ୍ଲାଣ୍ଟ ନିର୍ମାଣ କାର୍ଯ୍ୟ ସାମାନ୍ୟ ଧିମେଇ ଯାଇଥିଲା। ଏହାଛଡା ଅର୍ଥିକ ସ୍ଥିତି ମଧ୍ୟ ନିର୍ମାଣ ପାଇଁ ଏକ ସମସ୍ୟା ଭାବେ ଛିଡା ହୋଇଥିଲା। କିନ୍ତୁ ଭାରତ ସରକାରଙ୍କ ଆବଶ୍ୟକ ପଦକ୍ଷେପ ଯୋଗୁ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଏବଂ ଏହାର ଅନ୍ୟ ସହଯୋଗୀ ବ୍ୟାଙ୍କ ଗୁଡିକ ପ୍ଲାଣ୍ଟ ନିର୍ମାଣ ପାଇଁ ୯,୫୬୦ କୋଟି ଟଙ୍କା ଋଣ ମଞ୍ଜୁରୀ କରିବା ପରେ ଆଶା ଉଜ୍ଜୀବିତ ହୋଇଛି।
ଧିମେଇ ଯାଇଥିବା ତାଳଚେରେ ଫଟିଲାଇଜର ଲିମିଟେଡର କାମ ଏବେ ପୁଣି ଥରେ ଦ୍ରୁତ ଗତିରେ ଚାଲିବ । ଆଜି ଏନେଇ ସୂଚନା ଦେଇଛନ୍ତି ପ୍ଲାଟର ପରିଚାଳନା ନିର୍ଦେଶକ । ଭାରତୀୟ ଷ୍ଟେଟ ବ୍ୟାଙ୍କ ଏବଂ ଏହାର ଅନ୍ୟ ସହଯୋଗୀ ବ୍ୟାଙ୍କ ଗତ କାଲି TFL ସହ ବୁଝାମଣା ସ୍ବାକ୍ଷର କରିଛନ୍ତି । ଫଳରେ ତାଳଚେର ଫାଟିଲାଇଜର ଲିମିଟେଡକୁ ପ୍ରାୟ ୯୫୬୦ କୋଟି ଟଙ୍କା ଋଣ ଦେବାକୁ ବ୍ୟାଙ୍କ ସ୍ଥିର କରିଛି। ଆଜି କାରଖାନା ପରିଦର୍ଶନରେ ଆସିଥିବା ପରିଚାଳନା ନିର୍ଦେଶକ ସଚ୍ଚିଦାନନ୍ଦ ଯାଦବ ଏହି ସୂଚନା ଦେଇଛନ୍ତି। ତେଣୁ ଏବେ ଠାରୁ ପ୍ଳାଣ୍ଟ ନିର୍ମାଣରେ କୌଣସି ପ୍ରକାର ଆର୍ଥିକ ଅସୁବିଧା ଆଉ ରହିବ ନାହିଁ। ଚୀନର ଉହାନ ସଂସ୍ଥାର ଅଧିକାରୀମାନେ ମଧ୍ୟ ଏଠାରେ ପହଞ୍ଚି ସାରିଛନ୍ତି। ସଂସ୍ଥା ତରଫରୁ ବିଭିନ୍ନ ପ୍ରକାର ନିର୍ମାଣ ପାଇଁ ଅନ୍ୟ ଠିକା ସଂସ୍ଥା ଗୁଡିକୁ ଖୁବ ଶୀଘ୍ର ଉହାନ ନିୟୋଜିତ କରିବାକୁ ସଜବାଜ ହେଉଛି। ତେଣୁ ସ୍ଥାନୀୟ ଲୋକଙ୍କ ସହଯୋଗ ଆବଶ୍ୟକ ବୋଲି ପରିଚାଳନା ନିର୍ଦେଶକ କହିଛନ୍ତି।