ଓଡିଶା

odisha

ETV Bharat / state

PMଙ୍କ ପ୍ରତିଶୃତି ପାଣିରେ ଗାର ! TFL କାର୍ଯ୍ୟକ୍ଷମ ନେଇ ଉଠିଲା ପ୍ରଶ୍ନ - Talcher Mla

ସାର କାରଖାନା କାର୍ଯ୍ୟକ୍ଷମ ନେଇ ଜିଲ୍ଲାରେ ତେଜୁଛି ଅସନ୍ତୋଷ । ଭିତ୍ତିପ୍ରସ୍ତର ସ୍ଥାପନକୁ ୩ ବର୍ଷ ପୂରିଥିଲେ ସୁଦ୍ଧା କାର୍ଯ୍ୟକ୍ଷମ ହେଲାନି କାରଖାନା । ଅଧିକ ପଢନ୍ତୁ...

ଅନିଶ୍ଚିତତା ଭିତରେ ତାଳଚେର ସାର କାରଖାନା, କାର୍ଯ୍ୟକ୍ଷମ ନେଇ ସ୍ଥାନୀୟ ଅଞ୍ଚଳରେ ତେଜୁଛି ବିବାଦ
ଅନିଶ୍ଚିତତା ଭିତରେ ତାଳଚେର ସାର କାରଖାନା, କାର୍ଯ୍ୟକ୍ଷମ ନେଇ ସ୍ଥାନୀୟ ଅଞ୍ଚଳରେ ତେଜୁଛି ବିବାଦ

By

Published : Oct 8, 2021, 4:29 PM IST

ଅନୁଗୋଳ:ସାର କାରଖାନା ନିର୍ମାଣ ପାଇଁ ପ୍ରତିଶ୍ରୁତି ଦେଇ ଭୁଲିଗଲେ ପ୍ରଧାନମନ୍ତ୍ରୀ । 2018 ସେପ୍ଟେମ୍ବର ୨୨ରେ ଅନୁଗୋଳ ଜିଲ୍ଲାର ତାଳଚେର ସାର କାରଖାନା (TFL)ର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆଉ କହିଥିଲେ ୩୬ ମାସ ଅର୍ଥାତ ୩ବର୍ଷ ମଧ୍ୟରେ ଏଠାରୁ ସାର ଉତ୍ପାଦନ ଆରମ୍ଭ ହେବ । ଆଉ ସେ ନିଜ ହାତରେ ଏହି କାରଖାନାର ଲୋକାର୍ପଣ କରିବେ ।

ତେବେ ଆଞ୍ଚଳବାସୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ସାର କାରଖାନାର ୧୦ ପ୍ରତିଶତ କାମ ଆରମ୍ଭ ହୋଇନଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ସ୍ଥାନୀୟ ଲୋକେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଆଉ ଏହି ପ୍ରସଙ୍ଗରେ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ପ୍ରଶ୍ନ କରିବା ସହ ପ୍ରକଳ୍ପ କାର୍ଯ୍ୟର ମନ୍ଥରତାକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ।

ଅନିଶ୍ଚିତତା ଭିତରେ ତାଳଚେର ସାର କାରଖାନା, କାର୍ଯ୍ୟକ୍ଷମ ନେଇ ସ୍ଥାନୀୟ ଅଞ୍ଚଳରେ ତେଜୁଛି ବିବାଦ

ସେ କହିଛନ୍ତି ମୋଦୀ ସରକାର ଯେଉଁ ଭଳି ଭାବେ ମିଥ୍ୟ ପ୍ରତିଶ୍ରୁତି ଦେଇ ଭୁଆଁ ବୁଆଇ ଚାଲିଛନ୍ତି ତାହାକୁ ବନ୍ଦ କରନ୍ତୁ । ବରଂ କେବେ ଆଉ କିଭଳି ଭାବରେ ପ୍ରକଳ୍ପ କାର୍ଯ୍ୟ ଶେଷହେବ ସେନେଇ ସ୍ପଷ୍ଟ ଚିତ୍ର ରଖାଯାଉ ବୋଲି ବିଧାୟକ ଦାବି କରିଛନ୍ତି । ତାଳଚେର ସାର କାରଖାନାରୁ ଉତ୍ପାଦନ ପ୍ରକ୍ରିୟା ଆରମ୍ଭ ହୋଇପାରିଲା ନାହିଁ । ଉତ୍ପାଦନ ଆରମ୍ଭ ହେବା ତ ଦୂରର କଥା, ପ୍ରକଳ୍ପ ନିର୍ମାଣ କାମ ଠିକ୍ ଭାବେ ଆରମ୍ଭ ସୁଦ୍ଧା ହୋଇପାରିନି । ଏଠାରୁ ଉତ୍ପାଦନ ପ୍ରକ୍ରିୟା ଆରମ୍ଭ କରିବାକୁ କର୍ତ୍ତୃପକ୍ଷ ଆଉ ୩ ବର୍ଷ ଅଧିକ ସମୟ ମାଗିଥିବା ନେଇ ସୂଚନା ମିଳିଛି ।

ସେପଟେ ସାର କାରଖାନା କାର୍ଯ୍ୟକ୍ଷମ ହେଲେ ଅଞ୍ଚଳର ଅର୍ଥନୈତିକ ବିକାଶ ହେବା ନେଇ ଲୋକେ ଅନେକ ସ୍ବପ୍ନ ଦେଖିଥିଲେ । ତେବେ ତାଳଚେର ସାର କାରଖାନାରେ କୋଇଲା ବାଷ୍ପୀକରଣ ଉପାୟରେ କାର୍ଯ୍ୟ କରିଥାନ୍ତା । ଆଉ କୋଇଲାକୁ ଗ୍ୟାସ୍‌ରେ ରୂପାନ୍ତରିତ କରାଯିବ ଏବଂ ସେହି ଗ୍ୟାସ୍‌ରୁ ୟୁରିଆ ସାର ଉତ୍ପାଦନ କରାଯିବା ନେଇ ଯୋଜନା ହୋଇଥିଲା ଯାହାକି ଏବେ କାର୍ଯ୍ୟକ୍ଷମ ହେବା ବଦଳରେ ଅନିଶ୍ଚିତତା ଭିତରେ ପଡିରହିଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details