ଓଡିଶା

odisha

ETV Bharat / state

ଘର ଆଗରେ ମୃତ ଦେହ ରଖି ସାଙ୍ଗ ଫେରାର, ହତ୍ୟା ଅଭିଯୋଗ

ଅନୁଗୋଳ ତାଳଚେର ଅଞ୍ଚଳରେ ଚାଞ୍ଚଲ୍ୟକର ଘଟଣା । ଘର ଆଗରେ ମୃତ ଦେହ ପକାଇ ସାଙ୍ଗ ଫେରାର । ମୃତକଙ୍କ ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମୃତଦେହକ ଜବତ କରି ତଦନ୍ତ ଆରମ୍ଭ କରିଛି । ଅଧିକ ପଢନ୍ତୁ...

ଘର ଆଗରେ ମୃତ ଦେହ ରଖି ସାଙ୍ଗ ଫେରାର, ହତ୍ୟା ଅଭିଯୋଗ
ଘର ଆଗରେ ମୃତ ଦେହ ରଖି ସାଙ୍ଗ ଫେରାର, ହତ୍ୟା ଅଭିଯୋଗ

By

Published : Jul 23, 2020, 5:24 PM IST

ଅନୁଗୋଳ: ଘର ଆଗରେ ମୃତ ଦେହ ପକାଇ ସାଙ୍ଗ ଫେରାର । ସନ୍ଦେହରେ ଯୁବକଙ୍କ ମୃତ୍ୟୁ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଅନୁଗୋଳ ଜିଲ୍ଲାର ତାଳଚେର ଅଞ୍ଚଳରେ । ଏହି ଘଟଣାକୁ ନେଇ ମୃତକଙ୍କ ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ ।

ଘର ଆଗରେ ମୃତ ଦେହ ରଖି ସାଙ୍ଗ ଫେରାର, ହତ୍ୟା ଅଭିଯୋଗ

ସୂଚନା ଅନୁଯାୟୀ ଅନୁଗୋଳ ଜିଲ୍ଲା ତାଳଚେରର କୋଲିୟରି ଥାନା 14 ନମ୍ବର ୱାର୍ଡ ଦେଉଳବେଡ଼ା ସ୍ଥିତ ରଗୁଡ଼ି ସାହି ଶିବ ମନ୍ଦିର ନିକଟ ରାସ୍ତା ଉପରୁ ଜଣେ ଯୁବକଙ୍କ ମୃତ ଦେହ ଉଦ୍ଧାର କରାଯାଇଛି l ମୃତ ଯୁବକ ଜଣକ ହେଲେ ଉକ୍ତ ସାହିର ଅଜୟ ନାଏକ l ପରିବାର ବର୍ଗଙ୍କ କହିବା ମୁତାବକ ଗତକାଲି ରାତିରୁ ତାଙ୍କ କିଛି ସାଙ୍ଗ ଅଜୟଙ୍କୁ କୌଣସି କାମରେ ଘରୁ ବାହାରକୁ ଡାକି ନେଇଥିଲେ। ଏହା ପରଠାରୁ ସେ ଆଉ ଘରକୁ ଫେରି ନଥିଲେ l ପରିବାର ଲୋକ ବହୁ ଖୋଜାଖୋଜି କରି ମଧ୍ୟ ପାଇ ନଥିଲେ। କିନ୍ତୁ ଗୁରୁବାର ସକାଳେ ଅଜୟଙ୍କ ମୃତଦେହକୁ ଘର ସାମ୍ନାରେ କେହି ଜଣେ ପକାଇ ପଳାଇ ଯାଇଥିଲେ । ଏ ନେଇ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଥିବା ବେଳେ ମୃତ ଯୁବକଙ୍କ ଜଣେ ସାଙ୍ଗକୁ କୋଲିୟରି ପୋଲିସ ଅଟକ ରଖି ଅଧିକ ତଦନ୍ତ ଆରମ୍ଭ କରିଛି l

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ,ଇଟିଭି ଭାରତ

ABOUT THE AUTHOR

...view details