ଓଡିଶା

odisha

ETV Bharat / state

ଭାରତୀୟ ଶ୍ରମିକ ସଂଘର 5 ଦିନିଆ ଧର୍ମଘଟ - ଭାରତୀୟ ଶ୍ରମିକ ସଂଘର 5 ଦିନିଆ ଧର୍ମଘଟ

ଫରେନ ଡ଼ାଇରେକ୍ଟର ଇନଭେଷ୍ଟମେଣ୍ଟ (ଏଫଡିଆଇ) ଓ ରାଷ୍ଟ୍ରାୟତ କମ୍ପାନୀରୁ ପୁଞ୍ଜି ପ୍ରତ୍ୟାହାର ବିରୋଧ କରି ଏହାର ପ୍ରତିବାଦରେ ପାଞ୍ଚ ଦିନିଆ ଧର୍ମଘଟ କରିଛି ଭାରତୀୟ ଶ୍ରମିକ ସଂଘ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

By

Published : Sep 23, 2019, 1:58 PM IST

ଅନୁଗୋଳ: କୋଇଲା ଖଣିରେ ଶ୍ରମିକ ସଙ୍ଗଠନର ଧର୍ମଘଟ । ଅନୁଗୋଳ ଜିଲ୍ଲା ତାଳଚେରରେ ଥିବା ସମସ୍ତ କୋଇଲା ଖଣିରେ ଭାରତୀୟ ଶ୍ରମିକ ସଂଘ ପକ୍ଷରୁ ଧର୍ମଘଟ କରାଯାଇଛି । ଫରେନ ଡ଼ାଇରେକ୍ଟର ଇନଭେଷ୍ଟମେଣ୍ଟ (ଏଫଡିଆଇ) ଓ ରାଷ୍ଟ୍ରାୟତ କମ୍ପାନୀରୁ ପୁଞ୍ଜି ପ୍ରତ୍ୟାହାର ବିରୋଧରେ ପାଞ୍ଚ ଦିନିଆ ଧର୍ମଘଟ କରୁଛନ୍ତି ଶ୍ରମିକ ସଂଘ ।


କେନ୍ଦ୍ର ସରକାର ନିକଟରେ ସରକାରୀ କମ୍ପାନୀରୁ ପୁଞ୍ଜି ପ୍ରତ୍ୟାହାର ଓ କୋଇଲା ଏଫଡିଆଇ ବ୍ୟବସ୍ଥା ଲାଗୁ କରି ବେସରକାରୀ କମ୍ପାନୀ ଗୁଡିକୁ ହାତକୁ ଟେକି ଦେବାକୁ ଯେଉଁ ଯୋଜନା କରିଛନ୍ତି ତାହାର ପ୍ରତିବାଦରେ ଭାରତୀୟ ଶ୍ରମିକ ସଂଘ ପକ୍ଷରୁ ଏହି ଧର୍ମଘଟ ଡାକରା ଦିଆଯାଇଛି । ଏହା ଯୋଗୁଁ ମହାନଦୀ କୋଇଲା କମ୍ପାନୀ ଦ୍ବାରା ପରିଚାଳିତ ତାଳଚେରର 8ଟି କୋଇଲା ଖଣି ଅଞ୍ଚଳରେ ବିଏମଏସ ସହ ଅନୁବନ୍ଧିତ ବିଭିନ୍ନ ଶ୍ରମିକ ସଙ୍ଗଠନ ପକ୍ଷରୁ ଧର୍ମଘଟ କରାଯାଉଛି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ଯଦି କୋଇଲା ଖଣିରୁ ପୁଞ୍ଜି ପ୍ରତ୍ୟାହାର କରାଯାଏ ତେବେ ଖଣିରେ କାମ କରୁଥିବା ଶ୍ରମିକ ନିଜର ଜୀବିକା ହରାଇବେ । ଏହସହ ଶ୍ରମିକଙ୍କ ରୋଜଗାର ବନ୍ଦ ହୋଇଯିବ। ଏଭଳି ଆଶଙ୍କା କରି ସୋମବାର ଏହି ଧର୍ମଘଟକୁ ଓହ୍ଲାଇଛନ୍ତି ଶ୍ରମିକ ସଙ୍ଗଠନ । ଯଦି ଏଥିରେ ବିଦେଶୀ ପୁଞ୍ଜି ଲଗାଣ ହୁଏ ସାଧାରଣ ଠିକା ଶ୍ରମିକଙ୍କ ଉପରେ ଏହାର ପ୍ରଭାବ ପଡିବ ବୋଲି ସଙ୍ଗଠନ ଅଭିଯାଗ କରିଛି । ସବୁ ଖଣି କାର୍ଯ୍ୟାଳୟ ସମ୍ମୁଖରେ ଶ୍ରମିକ ହରତାଳ କରିବା ସହ ପ୍ରତିବାଦ କରିଛନ୍ତି।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details