ଓଡିଶା

odisha

ETV Bharat / state

କୋଇଲା ଖଣି କନଭର ସାଇଲୋରେ ପଡି ଠିକା ଶ୍ରମିକ ମୃତ - ତାଳଚେର ଭରତପୁର କୋଇଲା ଖଣିରେ ଦୁର୍ଘଟଣା

ତାଳଚେର ଭରତପୁର କୋଇଲା ଖଣିର ବଉଳପୁର ସାଇଲୋ କନଭର ବେଲ୍ଟରୁ ରୋଲର ଖସିପଡି ଜଣଙ୍କର ମୃତ୍ୟୁ । ମୃତକ ଜଣକ ହେଲେ ସାଇଲୋ ପାଖ ହଟିଂର ଆଦିବାସୀ ଯୁବକ ପ୍ରମୋଦ ସେଠି । ଅଧିକ ପଢନ୍ତୁ...

talcher-coal-mine-accident
କୋଇଲା ଖଣି କନଭର ସାଇଲୋରେ ପଡି ଠିକା ଶ୍ରମିକ ମୃତ

By

Published : Jan 11, 2020, 7:59 AM IST

ଅନୁଗୋଳ: ତାଳଚେର ଭରତପୁର କୋଇଲା ଖଣିର ବଉଳପୁର ସାଇଲୋ କନଭର ବେଲ୍ଟରୁ ରୋଲର ଖସିପଡି ଜଣଙ୍କର ମୃତ୍ୟୁ । ମୃତକ ଜଣକ ହେଲେ ସାଇଲୋ ପାଖ ହଟିଂର ଆଦିବାସୀ ଯୁବକ ପ୍ରମୋଦ ସେଠି ।

ପ୍ରମୋଦ କନଭୟାର ବେଲ୍ଟ ତଳେ ଉଇଙ୍ଗ୍ସ୍‌ ମେସିନ ସାହାଯ୍ୟରେ ବେଲ୍ଟ ଟାଇଟ କଲାବେଳେ ଉପରୁ କଂଭେୟାର ରୋଲର ତାଙ୍କ ମୁଣ୍ଡ ଉପରେ ଛିଡି ପଡିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା ।

କୋଇଲା ଖଣି କନଭର ସାଇଲୋରେ ପଡି ଠିକା ଶ୍ରମିକ ମୃତ

ପ୍ରମୋଦ ସେଠି ଠିକା ଶ୍ରମିକ ଭାବେ କମ୍ପାନୀରେ ଚାକିରୀ କରୁଥିଲେ । ଶ୍ରମିକମାନେ ଘଟଣାସ୍ଥଳରେ କ୍ଷତିପୂରଣ ପାଇଁ ମୃତ ଦେହକୁ ରଖି ଧାରଣା ଦେଇଥିଲେ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details