ଓଡିଶା

odisha

ETV Bharat / state

ଫେଲ ମାରିଛି ସରକାରଙ୍କ ସ୍ବଚ୍ଛ ଭାରତ ମିଶନ - ଅନୁଗୋଳ

ସରକାରଙ୍କ ସୁସ୍ଥ ଭାରତ ମିଶନରେ ଶୌଚାଳୟ ନିର୍ମାଣ ହୋଇଛି ସତ ହେଲେ ଏହା ବ୍ୟବହାର ଅନୁପଯୋଗୀ । ଫଳରେ ବାଧ୍ୟ ହୋଇ ଶୌଚ ପାଇଁ ବାହାରକୁ ଯିବାକୁ ପଡୁଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

By

Published : Jul 10, 2019, 4:13 AM IST

ଅନୁଗୋଳ: ‘ସ୍ବଚ୍ଛ ଭାରତ ସୁସ୍ଥ ଭାରତ’ । ଏହି ନାରାରେ ସରକାର ଆରମ୍ଭ କରିଥିଲେ ସ୍ବଚ୍ଛ ଭାରତ ମିଶନ । ହେଲେ ବାଟ ହୁଡିଛି ସରକାରଙ୍କ ଏହି ମହତ୍ବାକାଂକ୍ଷୀ ଅଭିଯାନ । ଥରେ ନଜର ପକାନ୍ତୁ, ଏ ଦୃଶ୍ୟ ହେଉଛି ଅନୁଗୋଳ ଜିଲ୍ଲା ଖିଣ୍ଡା ପଞ୍ଚାୟତର । କିଭଳି ହାତରେ ଢାଳ ଧରି ଶୌଚ ପାଇଁ ବାହାରକୁ ଯାଉଛନ୍ତି ଗାଁ ଲୋକେ । ସରକାରଙ୍କ ସୁସ୍ଥ ଭାରତ ମିଶନରେ ଶୌଚାଳୟ ନିର୍ମାଣ ହୋଇଛି ସତ ହେଲେ ଏହା ବ୍ୟବହାର ଅନୁପଯୋଗୀ । ଫଳରେ ବାଧ୍ୟ ହୋଇ ଶୌଚ ପାଇଁ ବାହାରକୁ ଯିବାକୁ ପଡୁଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ଶୌଚାଳୟ ନିର୍ମାଣ ପାଇଁ ଖିଣ୍ଡା ପଞ୍ଚାୟତର ସରପଞ୍ଚ ଠିକା କାମ ହାତକୁ ନେଇଥିଲେ । ଏଥିପାଇଁ ବିଭାଗ ପଞ୍ଚାୟତ ଜରିଆରେ ଟଙ୍କା ଖର୍ଚ୍ଚ କରିଥିଲା । ମାତ୍ର କାର୍ଯ୍ୟର ସଠିକ୍ ତଦାରଖ ଅଭାବରୁ ନିମ୍ନମାନର କାମ ହୋଇଥିଲା । ଫଳରେ ଅନେକ ସ୍ଥାନରେ ଶୌଚାଳୟଗୁଡିକ ଭାଙ୍ଗିଯାଇଥିବା ବେଳେ କିଛି ସ୍ଥାନରେ ଭୂତକୋଠି ପାଲଟିଛି । ସେପଟେ ଏ ସମ୍ପର୍କରେ ପଞ୍ଚାୟତବାସୀ କୌଣସି ଅଭିଯୋଗ କରିନଥିବା ଗ୍ରାମ୍ୟ ଜଳ ଓ ପରିମଳ ବିଭାଗର ଯନ୍ତ୍ରୀ କହିଛନ୍ତି ।

କୋଟି କୋଟି ଟଙ୍କା ବ୍ୟୟରେ ଲୋକଙ୍କ ପାଇଁ ସରକାର ଅନେକ ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ହେଲେ ତାହା ଲୋକଙ୍କ କାମରେ କାହିଁକି ଲାଗୁନାହିଁ ସେନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details