ଅନୁଗୋଳ: ସନ୍ଦେହଜନକ ଅବସ୍ଥାରେ ମିଳିଛି ଟ୍ରକ ଡ୍ରାଇଭରଙ୍କ ମୃତଦେହ । ଅନୁଗୋଳ ଜିଲା ବଅଁରପାଳ ଥାନା ବୋଉଳିଗଡ ପଞ୍ଚାୟତ ପୁରୁକିଆ ଖେଳ ପଡିଆରୁ ଉଦ୍ଧାର ହୋଇଛି ମୃତଦେହ । ଡ୍ରାଇଭର ଜଣକ ବାରସିଙ୍ଗା ଗାଁର ସଞ୍ଜୟ ସାମଲ ବୋଲି ଜଣାପଡିଛି ।
ସଞ୍ଜୟ ଗତ ଦଶହରା ପରଦିନ ଠାରୁ ଟ୍ରକ ଚଳାଇବାକୁ ଯାଇ ଆଉ ଘରକୁ ଫେରି ନଥିଲେ । ଆଜି(ଶନିବାର) ସନ୍ଦେହ ଜନକ ଅବସ୍ଥାରେ ତାଙ୍କ ମୃତଦେହ ମିଳିବା ପରେ ତାଙ୍କୁ ହତ୍ୟା କରାଯାଇଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି । ଅନ୍ୟପକ୍ଷେ ଘଟଣାସ୍ଥଳରେ ସଞ୍ଜୟଙ୍କ ପରିବାର ଲୋକେ ଜଗି ରହିଛନ୍ତି ।