ଓଡିଶା

odisha

ETV Bharat / state

ଇଟାଭାଟି ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ - ଛେଣ୍ଡିପଦା ଥାନା ବାହାଳସାହି

ଛେଣ୍ଡିପଦା ଥାନା ବାହାଳସାହିରେ ଜଣେ ଇଟାଭାଟି ଶ୍ରମିକଙ୍କ ମୃତଦେହ ଉଦ୍ଧାର। ଯାହାଙ୍କ ମୃତ୍ୟୁକୁ ନେଇ ସୃଷ୍ଟି ହୋଇଛି ସନ୍ଦେହ। ଅଧିକ ପଢନ୍ତୁ...

ଇଟାଭାଟି ଶ୍ରମିକର ସନ୍ଦେହଜନକ ମୃତ୍ୟୁ
ଇଟାଭାଟି ଶ୍ରମିକର ସନ୍ଦେହଜନକ ମୃତ୍ୟୁ

By

Published : Mar 9, 2021, 11:08 AM IST

ଅନୁଗୋଳ: ଛେଣ୍ଡିପଦା ଥାନା ବାହାଳସାହିରେ ଜଣେ ଇଟା ଭାଟ୍ଟି ଶ୍ରମିକଙ୍କ ମୃତଦେହ ଉଦ୍ଧାର। ଯାହାଙ୍କ ମୃତ୍ୟୁକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ସୂଚନା ଅନୁସାରେ ବାହାଳସାହି ଗାଁ ଆନ ସାହୁଙ୍କ ଇଟାଭାଟି ରେ ଭଦ୍ରକ ଜିଲ୍ଲାର ଖାଣ୍ଟଖୁଆଡ଼ ଗ୍ରାମର କିଛି ଶ୍ରମିକ କାମ କରୁଥିଲେ।

ଇଟାଭାଟି ଶ୍ରମିକର ସନ୍ଦେହଜନକ ମୃତ୍ୟୁ

ଗତକାଲି(ସୋମବାର) ଭୋରରୁ ଇଟା ଶ୍ରମିକ ଶରତ କୁମାର ଓଝା(୩୧) ରହୁଥିବା କ୍ୟାମ୍ପ ନିକଟରେ ଥିବା ପୋଖରୀରେ ଶୌଚ ପାଇଁ ଯାଇ ଫେରି ନଥିଲେ। ଦୀର୍ଘ ସମୟଧରି କ୍ୟାମ୍ପକୁ ନଫେରିବାରୁ ସାଥୀରେ ଥିବା ଶ୍ରମିକ ଶରତକୁ ଖୋଜିଥିଲେ। ପରେ ପୋଖରୀରୁ ଶରତଙ୍କ ମୃତଦେହ ଉଦ୍ଧାର କରି ଛେଣ୍ଡିପଦା ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ଶରତ କୁମାର ଓଝାଙ୍କୁ ମୃତ ଘୋଷଣା କରିଥିଲେ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details