ଓଡିଶା

odisha

By

Published : Nov 2, 2019, 9:20 AM IST

ETV Bharat / state

ନିର୍ମାଣ ସାମଗ୍ରୀରେ ରୟାଲିଟିକୁ ବିରୋଧ, ଧାରଣାରେ ଠିକାଦାର ସଂଘ

ରୟାଲିଟି ଆଦାୟ ପାଇଁ ରାଜସ୍ବ ସଚିବ ନେଇଥିବା ନିଷ୍ପତ୍ତି ବିରୁଦ୍ଧରେ ଅନୁଗୋଳ ଠିକାଦାର ସଂଘ ଧାରଣାରେ ବସିଛି । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ


ଅନୁଗୋଳ: ରୟାଲିଟି ଆଦାୟ ପାଇଁ ରାଜସ୍ବ ସଚିବ ନେଇଥିବା ନିଷ୍ପତ୍ତି ବିରୁଦ୍ଧରେ ଅନୁଗୋଳ ଠିକାଦାର ସଂଘ ଧରଣାରେ ବସିଛି । ଏହା ସହିତ କୌଣସି ପ୍ରକାର ନିର୍ମାଣ କାର୍ଯ୍ୟ ନ କରିବାକୁ ନିଷ୍ପତ୍ତି ନେଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ସଂଘର ଅଭିଯୋଗ ଅନୁସାରେ, ପୂର୍ବରୁ ଠିକାଦାରଙ୍କ ବିଲ୍‌ରୁ ରୟାଲିଟି ଆଦାୟ କରାଯାଉଥିଲା । ହେଲେ ନୂଆ ନିୟମ ଅନୁସାରେ ଠିକାଦାର ମାନେ ନିର୍ମାଣ ପାଇଁ ବ୍ୟବହାର କରୁଥିବା ଖଣିଜ ପଦାର୍ଥ ଉପରୁ ମଧ୍ୟ ରୟାଲିଟି ଆଦାୟ କରିବାକୁ ନିଷ୍ପତ୍ତି ହୋଇଛି । ଏହା ଦ୍ବାରା ଠିକାଦାରମାନେ ବହୁ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେବେ । ତେଣୁ ତୁରନ୍ତ ଏହା ଉପରେ ପୁନର୍ବିଚାର ନ କଲେ ଠିକାଦାରମାନେ କାମ ବନ୍ଦ ଜାରି ରଖିବାକୁ ଚେତାବନୀ ଦେଇଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details