ଅନୁଗୋଳ: ଶୈଳ ଶ୍ରୀକ୍ଷେତ୍ରରେ ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ତିନି ମୁରତି । ଶ୍ରୀଜୀଉଙ୍କ ଏହି ଦୁର୍ଲଭ ବେଶ ଦେଖିବା ପାଇଁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା । ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ମନ୍ଦିର ପ୍ରଶାସନ ଓ ଜିଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଇଥିଲା ।
ଶୈଳଶ୍ରୀ କ୍ଷେତ୍ରରେ ଶ୍ରୀଜୀଉଙ୍କ ସୁନାବେଶ - security
ଶୈଳଶ୍ରୀ କ୍ଷେତ୍ରରେ ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ମହାପ୍ରଭୁ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ
ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ
ଅନୁଗୋଳ ଶୈଳ ଶ୍ରୀକ୍ଷତ୍ରରେ ତିନି ଠାକୁରଙ୍କ ସୁନାବେଶ ସମ୍ପନ୍ନ ହୋଇଛି । ମଧ୍ୟାହ୍ନ ଧୂପ ପରେ ଠାକୁରଙ୍କୁ ରଥ ଉପରେ ସୁନା ବେଶରେ ସଜ୍ଜିତ କରାଯାଇଥଲା । ଯାହା ଦେଖିବା ପାଇଁ ଅନୁଗୋଳ ତଥା ଆଖପାଖ ଅଞ୍ଚଳର ହଜାର ହାଜର ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଥିଲା ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ